ଭୁବନେଶ୍ୱରରେ ଖୋଲିବ ଆଉ ୨୬ଟି ଚିଲିକା ଫ୍ରେସ୍ : ଫିସ୍ ଫେଡ୍ ସହ ଫାଲକନ୍ ମେରାଇନର ବୁଝାମଣା

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ଖୋଲିବ ଆଉ ୨୬ଟି ଚିଲିକା ଫ୍ରେସ୍ । ଏଠାରେ ମତ୍ସ୍ୟ ଜାତୀୟ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ । ଏନେଇ ଫାଲକନ୍ ମେରାଇନ ଏକ୍ସପୋର୍ଟ୍ସ ଲିମିଟେଡ ଓ ମତ୍ସ୍ୟଜୀବୀ ସମବାୟ ସମିତିଙ୍କ  ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିପତ୍ର ୧୫ବର୍ଷ ବଳବତର ରହିବ । ଲିଜ୍ ଦେୟ ବାବଦରେ ଫାଲକନ୍ ମେରାଇନ , ଫିସ୍ ଫେଡକୁ ବାର୍ଷିକ ୬୧ଲକ୍ଷ ୯୨ହଜାର ଟଙ୍କା ପଇଠ କରିବେ । ଏହା ପ୍ରତିବର୍ଷ ୨ପ୍ରତିଶତ ବୃଦ୍ଧି ପାଇବ । ଏହାସହ କେନ୍ଦ୍ରାପଡାର ଜଗତଯୋରଠାରେ ଚିଙ୍ଗୁଡି ଚାଷ ପାଇଁ ରାଜ୍ୟ ସରକାରଙ୍କ ସହ ଫାଲକନ୍ ମେରାଇନର ଚୁକ୍ତିନାମା ହୋଇଛି । ଏହି ଅବସରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ମତ୍ସ୍ୟସମ୍ପଦ ସଚିବ ବିଷ୍ଣୁପଦ ସେଠୀ, ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି ଓ ଉତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ ।