ସମ୍ମାନିତ ହେଲେ ଶ୍ରେଷ୍ଠ ବିଧାୟକ । ୮ ବର୍ଷ ପାଇଁ ଏକକାଳୀନ ୨୪ ଜଣ ବିଧାୟକଙ୍କୁ ୩ଟି ବର୍ଗରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

137

ସମ୍ମାନିତ ହେଲେ ଶ୍ରେଷ୍ଠ ବିଧାୟକ । ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୨୪ଜଣ ଶ୍ରେଷ୍ଠ ବିଧାୟକଙ୍କୁ ବିଧାନସଭା ପରିସରରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରେଷ୍ଠ ବିଧାୟକମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ୍, ଓ ଉତ୍କଳ ଗୌରବ ମଧୁସୂଧନ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି । ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ୨୦୧୨ ପାଇଁ ପ୍ରଫୁଲ ମାଝୀ, ୨୦୧୩ ପାଇଁ ଅମର ପ୍ରସାଦ ଶତପଥୀ, ୨୦୧୪ ପାଇଁ ପ୍ରମିଳା ମଲ୍ଲିକ , ୨୦୧୫ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ପାଇଁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ।

ସେହିପରି ୨୦୦୯ ପାଇଁ ସୁରେନ୍ଦ୍ର ନାଥ ନାୟକ, ୨୦୧୦ ପାଇଁ ବିମ୍ବାଧର କୁଅଁର, ୨୦୧୧ ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ପାଇଁ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ, ୨୦୧୫ ପାଇଁ ସୁରେନ୍ଦ୍ର ନାଥ ପରମାଣିକ ଓ ୨୦୧୬ ପାଇଁ ଚକ୍ରଧର ପାଇକ ଉତ୍କଳ ଗୌରବ ମଧୁସୂଧନ ସମ୍ମାନରେ ସମ୍ମାନିତ କରାଯାଇଛି  । ୨୦୦୯ ପାଇଁ ସଞ୍ଜୟ କୁମାର ଦାସ ବର୍ମା, ୨୦୧୦ ପାଇଁ ପ୍ରୀତିରଞ୍ଜନ ଘଡାଇ, ୨୦୧୧ ପାଇଁ ସମୀର ରଞ୍ଜନ ଦାଶ, ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩ ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ପାଇଁ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ପାଇଁ ଦିବ୍ୟଶଙ୍କର ମିଶ୍ର, ୨୦୧୬ ପାଇଁ ପ୍ରଦୀପ ପୁରୋହିତଙ୍କୁ ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି ।

ତେବେ ୮ ବର୍ଷ ପାଇଁ ଏକକାଳୀନ ଭାବେ ରାଜ୍ୟର ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବିଧାୟକମାନେ ନିଜ ଅଞ୍ଚଳରେ ହୋଇଥିବା ବିକାଶମୁଖୀ କାର୍ଯ୍ୟ ଏବଂ ବିଧାନସଭାରେ ଉପସ୍ଥାପିତ କରିଥବା ଅନେକ ସମସ୍ୟାକୁ ଭିତ୍ତି କରି ମିଳିଲା ୨୪ ବିଧାୟକଙ୍କୁ ମିଳିଲା ଶ୍ରେଷ୍ଠ ବିଧାୟକ ସମ୍ମାନ । ଏହାସହ ଅର୍ଥ ରାଶି ବାବଦରେ ସମ୍ମାନିତ ହୋଇଥିବା ପୂର୍ବତନ ବିଧାୟକଙ୍କୁ ୭୫ ହଜାର ଏବଂ ବର୍ତ୍ତମାନର ବିଧାୟକମାନଙ୍କୁ ୧ଲକ୍ଷ ଟଙ୍କା ପୁରଷ୍କାର କରାଯାଇଛି ।