୨୪ ଯାଏଁ ଚଳିବ ଅଚଳ ନୋଟ୍ : ଆଜିଠୁ ଏଟିଏମରେ ମିଳିବ ୨ହଜାର ଟଙ୍କିଆ ନୋଟ୍

23

କନକ ବ୍ୟୁରୋ : ଦୁଇ ଦିନ ମଧ୍ୟରେ ଏଟିଏମରୁ ବାହାରିବ ୨ହଜାର ଟଙ୍କିଆ ନୋଟ୍ । ଆଜିିଠୁ ସବୁ ଏଟିଏମ ପୁନଃ କାର୍ଯ୍ୟକ୍ଷମ ହେବ । ଟଙ୍କା ବଦଳ ସୀମାକୁ ୪ହଜାରରୁ ବଢାଇ ଦିଆଯାଇ ୪ହଜାର ୫ଶହ କରାଯାଇଛି । ଜରୁରୀ ସୁବିଧା ସହ ବିମାନ ଟିକେଟ ଓ ରେଳ ଟିକେଟରେ ପୁୁରୁଣା ନୋଟ୍ ଦେଇପାରିବେ । ଏହାସହ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ଲାଇନ ରହିବ ।

ଟଙ୍କା ଜମା ଓ ବଦଳ କରିବା ପାଇଁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଲାଇନ ରହିବ । ଏଟିଏମରୁ ଦିନକ ୨ହଜାର ଟଙ୍କା ସୀମାକୁ ବଢାଇ ୨ହଜାର ୫ଶହ କରାଯାଇଛି । ବଡ ନୋଟ୍ ଅଚଳ ହେବା ପରେ ପରବର୍ତୀ ସ୍ଥିତିକୁ ସୁଧାରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅର୍ଥ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ।