୪ ମିନିଟରେ ଗୋଟିଏ ବସ ! ଭୁବନେଶ୍ୱରରେ ଗଡିବ ୨୦୦ଟି ନୂଆ ସିଟି ବସ, ସ୍ୱୀକୃତି ଦେଲେ ରାଜ୍ୟ ସରକାର

51

କନକ ବ୍ୟୁରୋ : ରାଜଧାନୀରେ ସୁଧୁରିବ ସିଟିବସ ବ୍ୟବସ୍ଥା । ଖୁବ ଶୀଘ୍ର ଭୁବନେଶ୍ୱରକୁ ଆସିବ ଆହୁରି ନୂଆ ୨୦୦ ସିଟି ବସ । ଏନେଇ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତା ସଂପନ୍ନ କମିଟି । ବର୍ତମାନ ସହରରେ ୧୧୦ଟି ସିଟିବସ ଚାଲିଥିବା ବେଳେ ଏହି ନୂଆ ସିଟିବସ୍ ଆସିଲେ ସାଧାରଣ ଲୋକଙ୍କ ଗମନାଗମନରେ ସୁବିଧା ହେବ ବୋଲି କୁହାଯାଉଛି । ନୂଆ ଚୁକ୍ତି ବ୍ୟବସ୍ଥାରେ ଏହି ସିଟିବସ ଚଳାଚଳ କରିବ ଏବଂ ଗୁରୁତ୍ୱପୂର୍ଣ୍ଣ ରୁଟ୍ ଯେପରି ପ୍ରତି ୪ ମିନିଟରେ ଗୋଟିଏ ସିଟିବସ ଚଳାଚଳ କରିବ ତାହା ଉପରେ ଜୋର ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର କ୍ରିଷନ କୁମାର ।

ଏହିପରି ରୁଟରେ ନନଏସି ଓ ଏସି ବସ ଗୋଟିଏ ପରେ ଗୋଟିଏ ଯାତାୟତ କରିବ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱରରେ ବିଶ୍ୱକପ ହକି ମ୍ୟାଚ ଅନୁଷ୍ଠିତ ହେବ । ତାହା ପୂର୍ବରୁ ଏସବୁ କାର୍ଯ୍ୟକାରୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।