ନୀଳଗିରିର ସ୍ପାଇଡର ରୋବର୍ଟ ! ଯୁଦ୍ଧ କ୍ଷେତ୍ରରେ ସେନାକୁ ସହାୟତା ଯୋଗାଇଦେବ ଯନ୍ତ୍ର ମାନବ, ପାହାଡ ଓ ଜଙ୍ଗଲରେ ବି ଶତ୍ରୁପକ୍ଷର କରିବ ମୁକାବିଲା ।

62

କନକ ବ୍ୟୁରୋ : ନୀଳଗିରି କାନପୁର ଗାଁର ନୀଳମାଧବ ବେହେରା । ବୟସ ମାତ୍ର ୨୦ । ହେଲେ ସେ ଉଦଭାବନ କରିବାକୁ ବସିଛନ୍ତି ଏକ ନୂଆ ପ୍ରକାରର ସ୍ପାଇଡର ରୋବଟ୍ । ଯେଉଁ ରୋବଟ୍ ଘଂଚ ଜଙ୍ଗଲ ଓ ପାହାଡ଼ରେ ଶତ୍ରୁପକ୍ଷକୁ ମୁକାବିଲା କରିପାରିବ । ପୂର୍ବରୁ ହ୍ୟୁମାନଏଡ୍ ରୋବଟ୍ ଓ ସ୍ମାର୍ଟ ଚେୟାର ଉଦ୍ଭାବନ କରି ପୁରସ୍କୃତ ହୋଇଥିିବା ନୀଳମାଧବ ଏବେ ସ୍ପାଇଡର ରୋବଟ୍ ତିଆରିରେ ଲାଗିପଡ଼ିଛନ୍ତି ।

ମଣିଷର ପ୍ରଶ୍ନକୁ ବୁଝି ଉତ୍ତର ରଖୁଥିବା ଇଏ ହେଉଛି ଏକ ଆଣ୍ଡ୍ରୋହ୍ୟୁମାନଏଡ୍ ରୋବଟ୍ । ଏହି ରୋବର୍ଟକୁ ତିଆରି କରିଛନ୍ତି ନୀଳଗିରି କାନପୁର ଗାଁର ନୀଳମାଧବ ବେହରା । । ପୂର୍ବରୁ ଏହି ଆଣ୍ଡ୍ରୋହ୍ୟୁମାନଏଡ୍ ରୋବଟ୍ ଉଦ୍ଭବାନ କରି ଚର୍ଚ୍ଚାକୁ ଆସିଥିବା ନୀଳମାଧବ ଏବେ ତିଆରି କରୁଛନ୍ତି ସ୍ପାଇଡର ରୋବଟ୍ । ଆଉ ଏହି ସ୍ପାଇଡର ରୋବଟ୍ ଶତ୍ରୁପକ୍ଷକୁ ଘଂଚ ଜଙ୍ଗଲ ଓ ପାହାଡ଼ରେ ଠାବ କରିବାକୁ ସକ୍ଷମ ହେବା ସହ ବଙ୍କରରେ ରହି ବି ଶତ୍ରୁପକ୍ଷକୁ ହମଲା କରିପାରିବ ।

ମଣିଷକୁ ଚ୍ୟାଲେଂଜ୍ ଦେବ ଯନ୍ତ୍ର ମଣିଷ । ଶତ୍ରୁଙ୍କ ଉପରେ ନଜର ରଖିବ ସ୍ପାଇଡର ରୋବଟ୍ । ନୀଳମାଧବ ନିର୍ମାଣ କରୁଥିବା ଏହି ସ୍ପାଇଡର ରୋବର୍ଟର ଓଜନ ୮୦  କେଜି ହୋଇଥିବା ବେଳେ ଏହାର ଉଚ୍ଚତା ରହିବ ୬ ଫୁଟ । ଏହି ରୋବଟରେ ରହିବ ୫୬ଟି ସେନସର । ୬ ଗୋଡ଼ ବିଶିଷ୍ଟ ବୁଢ଼ିଆଣୀ ଆକୃତିର ଏହି ରୋବଟ୍ ଶତ୍ରୁକୁ ଦେଖିଲେ ମାଟି ସହ ସମାନ୍ତରାଳ ଭାବେ ଶୋଇପାରିବ ଓ ସୁଯୋଗ ଦେଖି ଗୁଳି ବର୍ଷଣ କରିପାରିବ । ଏବେ ଏହାର ୬୦ ପ୍ରତିଶତ ବିଶେଷକରି ଏହାର କଂଟ୍ରୋଲ ସିଷ୍ଟମ୍ ତିିଆରି କରିସାରିଲେଣି ନୀଳମାଧବ ।

ବାଲେଶ୍ୱର ଔପଦା ବ୍ଲକ୍ କାନପୁର ଗାଁର ଏକ ଅତ୍ୟନ୍ତ ସାଧାରଣ ପରିବାରରେ ଜନ୍ମ ହୋଇଥିବା ନୀଳମାଧବଙ୍କର ନୂଆ କିଛି ଉଦଭାବନ କରିବାକୁ ପିଲାଟି ବେଳରୁ ଇଚ୍ଛା କରିଥିଲେ । ଷଷ୍ଠ ଶ୍ରେଣୀରୁ ତାଙ୍କର ଏଭଳି ପ୍ରତିଭା ପାଇଁ ତାଙ୍କୁ ଅନେକ ଅନୁଷ୍ଠାନଠାରୁ ଆରମ୍ଭ କରି ଓଡ଼ିଶା ସରକାର ମଧ୍ୟ ପୁରସ୍କୃତ କରିଛନ୍ତି ।

ଦୁଇ ବର୍ଷ ମଧ୍ୟରେ ସେ ହ୍ୟୁମାନ୍ ରୋବଟ୍ ଓ ସ୍ମାର୍ଟ ଚେୟାର ଭଳି ତିନିଟି ଉଦଭାବନ କରିଛନ୍ତି । ଏବେ ମାତ୍ର ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିଲେ ବି ବିଶ୍ୱବିଦ୍ୟାଳୟର ପାଠ ବିନା ବି ଜଣେ ବୈଜ୍ଞାନିକ ହୋଇପାରିବ ତାହା ପ୍ରମାଣିତ କରିଛନ୍ତି ନୀଳମାଧବ । ପ୍ରବଳ ଇଚ୍ଛାଶକ୍ତି ଆଗରେ ଯେ ସବୁ କିଛି ହାର ମାନିଯାଇପାରେ ଏହା ପ୍ରମାଣ କରିଛନ୍ତି ନୀଳମାଧବ ବେହରା ।