ମାର୍ଚ ୬ରୁ ଆରମ୍ଭ ହେବ ଯୁକ୍ତ-୨ ପରୀକ୍ଷା : ପରୀକ୍ଷା ପରିଚାଳନା ନେଇ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର

28

କନକ ବ୍ୟୁରୋ : ମାର୍ଚ ୬ରୁ ଆରମ୍ଭ ହେବ ଯୁକ୍ତ-୨ ପରୀକ୍ଷା । ୨୮ ଯାଏଁ ୩ ଲକ୍ଷ ୮୦ ହଜାର ୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧ ହଜାର ୧୦୬ଟି ସେଂଟରରେ ପରୀକ୍ଷା କରାଯିବ । ପରୀକ୍ଷା ପରିଚାଳନା ନେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ।

୧ ହଜାର ୫୦୪ଟି କଲେଜର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବିଭିନ୍ନ ଜିଲ୍ଲାର ୨୦୨ଟି ହବ୍ରେ ପ୍ରଶ୍ନ ପତ୍ରକୁ ରଖିବା ନେଇ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପରିଚାଳନା ନେଇ ସବୁ ଜିଲ୍ଲପାଳ ଓ ଏସପିଙ୍କୁ ନିର୍ଦେଶ ଦିଆଯାଇଛି । କପି ରୋକିବା ପାଇଁ ସ୍ୱାର୍ଡ ଗଠନ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଦେବୀ ମିଶ୍ର ।