୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ମନ୍ତ୍ରଣାଳୟ ସହ ଓଡିଶାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିବେ ଆଲୋଚନା

୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ

96

କନକ ବ୍ୟୁରୋ : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଳୀରେ ପହଁଚିବା ପରେ ନବୀନ କହିଛନ୍ତି କେନ୍ଦ୍ର ନିକଟରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ସହ ଓଡିଶାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବେ ମୁ୍ଖ୍ୟମନ୍ତ୍ରୀ । ଆଜି ପୂର୍ବାହ୍ନରେ ଓଡିଶା ଭବନରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ସହ ବକେୟା ଅର୍ଥ ପ୍ରଦାନ ନେଇ ଆଲୋଚନା କରିବେ ।

ଆର୍ଥୀକ ବର୍ଷ ଶେଷ ହେବାକୁ ଯାଉଥିବାରୁ ବକେୟା ଅର୍ଥ ରାଶିକୁ ତୁରନ୍ତ ଦେବାକୁ ଦାବି କରିବେ ନବୀନ । ଆଗକୁ ସାଧାରଣ ନିର୍ବାଚନ ରହିଛି । ଏଭଳି ସ୍ଥିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକୁ ଠିକ ସମୟରେ ସାରିବା ବି ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ । ଆଲୋଚନା ପରେ ଆଜି ସେ ଭୁବନେଶ୍ୱର ଫେରି ଆସିବେ ବୋଲି ସୂଚନା ରହିିଛି ।