ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ : ୩ଟି ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ

50

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ତିନିଟି ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ , ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ରିଜଲ୍ଟ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସଇ ରିଜଲ୍ଟ ଡଟ୍ ଏନଆଇସିରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି ।

ଚଳିତବର୍ଷ ଭୁବନେଶ୍ୱର ଜୋନରେ ମୋଟ ୫୮ ହଜାର ୯୩୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡିଶାରୁ ୧୫ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଏହା ଭିତରେ ୯ହଜାର ୧୦୨ ଛାତ୍ର ଓ ୬ହଜାର ୧୭୬ଜଣ ଛାତ୍ରୀ ଥିଲେ । ସେହିପରି ପଶ୍ଚିମବଙ୍ଗରୁ ୨୩ ହଜାର ଓ ଛତିଶଗଡରୁ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସାରା ଦେଶରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ।