ସୁସ୍ଥ ଅଛନ୍ତି ଜଗାବଳିଆ ! ଭେଂଟିଲେଟରରୁ ବାହାର କରି ଏବେ ଆଇସିୟୁରେ ରଖାଯାଇଛି

35

କନକ ବ୍ୟୁରୋ : ସୁସ୍ଥ ଅଛନ୍ତି ଜଗାବଳିଆ । ଦିଲ୍ଲୀ ଏମ୍ସରେ ଅପରେସନ ପରେ ସେମାନଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ସେମାନଙ୍କୁ ସେଥିରୁ କଢାଯାଇଥିବା ବେଳେ ଏବେ ଆଇସିୟୁରେ ରଖାଯାଇଛି । ଏହି ଯୋଡା ଯାଆଁଳା ଶିଶୁଙ୍କୁ ଏବେ ନାକପଟେ ପାଣିଆ ଖାଦ୍ୟ ଦିଆଯାଉଥିବା ବେଳେ ଆସନ୍ତାକାଲିଠାରୁ ସେମାନଙ୍କୁ ପାଟିପଟେ ପାଣିଆ ଖାଦ୍ୟ ଦିଆଯାଇପାରେ ବୋଲି ଜଣାପଡିଛି । ଜଗାବଳିଆଙ୍କ ହୋସ ଆସିଲାଣି ଏବଂ ସେମାନେ ଚଳଚଂଚଳ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଏହା ସହ ସେମାନଙ୍କୁ ତାଙ୍କ ମାଆ ଆଇସିୟୁରେ ଦେଖିଛନ୍ତି ।

ସୋମବାର କିମ୍ବା ମଙ୍ଗଳବାର ବେଳକୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ଆଇସିୟୁରୁ କଢାଯାଇପାରେ ଏବଂ ପରେ ଜଗାବଳିଆଙ୍କ ସିଟି ସ୍କାନ କରାଯିବ । ଦୁଇ ଶିଶୁଙ୍କ ମସ୍ତିଷ୍କର ସ୍ଥିତି ଅସ୍ତ୍ରୋପଚାର ପରେ କିପରି ଅଛି ତାକୁ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବେ । ଯୋଡାମୁଣ୍ଡକୁ ଅଲଗା କରି୍ବା ପାଇଁ ଗତ ୨୮ ତାରିଖ ଦିନ ପାଖାପାଖି ୨୦ ଘଂଟା ଧରି ବିଶେଷଜ୍ଞଙ୍କର ଏକ ୪୦ ଜଣିଆ ଟିମ ଅସ୍ତ୍ରୋପଚାର କରିଥିଲେ । ପ୍ରଥମ ପର୍ଯ୍ୟାୟ ଅପରେସନ ସରିଥିବା ବେଳେ ଏକାଧିକ ପର୍ଯ୍ୟାୟରେ ଏହା ଶେଷ ହେବ ବୋଲି ଡାକ୍ତର କହିଛନ୍ତି ।