ଏବେ ୱାଇ-ଫାଇ ସିଗନାଲ୍ ରୁ ଉତ୍ପନ୍ନ ହେବ ବିଜୁଳୀ ! ବିନା ବ୍ୟାଟେରୀର ଉପକରଣ ହେବ ଚାର୍ଜ ।

144

ଖୁବଶୀଘ୍ର ହିଁ ଏବେ ୱାଇ-ଫାଇ ସିଗନାଲ୍ ରୁ ବିଜୁଳୀ ଉତ୍ପାଦନ ହୋଇପାରିବ । ଆମେରିକାର ମେସାଚ୍ୟୁସେଟସ୍ ଅଫ୍ ଟେକ୍ନୋଲଜି (ଏମଆଇଟି) ର ବୈଜ୍ଞାନିକମାନେ ଏଭଳି ଏକ ଛୋଟ ମେସିନ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ୱାଇ-ଫାଇ ସିଗନାଲ୍ ବିଜୁଳୀରେ ପରିବର୍ତ୍ତନ ହୋଇପାରିବ । ତାଙ୍କ କହିବାନୁସାରେ ଏହାର ସାହାର୍ଯ୍ୟରେ ବିନା ବ୍ୟାଟେରୀରେ କୌଣସି ବି ଉପକରଣକୁ ଚାର୍ଜ କରାଯାଇପାରିବ । ଯାହାକୁ ‘ରେକ୍ଟେନା’ ନାଁ ଦିଆଯାଇଛି । ଏହି ଡିଭାଇଜ୍ ୱାଇ-ଫାଇ ସିଗନାଲ୍ ରେ ଥିବା ଅଲଟରନେଟିଙ୍ଗ୍ କରେଣ୍ଟ (ଏସି) କୁ ଡାଇରେକ୍ଟ କନେକ୍ଟ (ଡିସି) ରେ ପରିବର୍ତ୍ତନ କରିଥାଏ ।

ଏଭଳି ପ୍ରକ୍ରିୟାରେ କାମ କରିଥାଏ ‘ରେକ୍ଟେନା’ :

ରେକ୍ଟେନା ଡିଭାଇଜ୍ ୱାଇ-ଫାଇରେ ଥିବା ଇଲେକ୍ଟ୍ରୋ ମ୍ୟାଗନେଟିକ୍ ୱେଭ୍ ରେ ରେଡିଓ ଫ୍ରିକ୍ୱେନ୍ସୀ ଏଣ୍ଟେନାର ସାହାର୍ଯ୍ୟରେ ଏସି ୱେଭ୍ସ ରୁପେ ଆବରଣ କରିଥାଏ । ଏହା ଟୁ-ଡାଇମେନ୍ସନ୍ ସେମିକଣ୍ଡକ୍ଟର ସହ ଜଡିତ ହୋଇ ରହିଥାଏ । ଏହାପରେ ୱାଇ-ଫାଇ ଦେଉଥିବା ଏସି ୱେଭ୍ସ ସେମିକଣ୍ଡକ୍ଟରରେ ଚାଲି ଯାଇଥାଏ ଏବଂ ଡିସି ଭୋଲ୍ଟେଜ୍ ରେ ବଦଳିଯାଇଥାଏ । ଏହାର ବ୍ୟବହାର ଇଲେକ୍ଟ୍ରୋନିକ୍ ସର୍କିଟ୍ ଏବଂ ବ୍ୟାଟେରୀକୁ ରିଚାର୍ଜ କରିବାରେ କରାଯାଏ । ରିସର୍ଚ୍ଚରଙ୍କ କହିବାନୁସାରେ ଏସି କରେଣ୍ଟ କୁ ଡିସି କରେଣ୍ଟ ରେ ପରିବର୍ତ୍ତନ କରିବା ପାଇଁ ରେକ୍ଟିଫାୟାର୍ ର ଆବଶ୍ୟକତା ପଡିଥାଏ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଏଣ୍ଟେନାକୁ ମୋଲିବନେମ୍ ଡିସଫ୍ଲାଇଡ୍ (ଏମ୍ ଓ ଏସ୍ ୨) ରେକ୍ଟିଫାୟାର୍ ଦ୍ୱାରା ପ୍ରସ୍ତୁତ କରିଛନ୍ତି ଯାହା ଖୁବ୍ ପତଳା । ଯାହା ଅଧିକ ଏରିଆକୁ ମଧ୍ୟ କଭର୍ କରିଥାଏ ।

ୱାଇ-ଫାଇ ସିଗନାଲ୍ ର ଯେତେ ଇନପୁଟ୍ , ଏହାର ୩୦ % ମିଳିବ ଆଉଟ୍ ପୁଟ୍ :

ଗବେଷକଙ୍କ ମତରେ ସେମାନେ ଯେତେବେଳେ ଏମ୍ ଓ ଏସ୍ ୨ ରେ ପ୍ରସ୍ତୁତ ହୋଇଥିବା ଏହି ରେକ୍ଟିଫାୟାରକୁ ପରୀକ୍ଷା କଲେ ସେତେବେଳେ ୧୫୦ ମାଇକ୍ରୋୱାଟ୍ ର ୱାଇ-ଫାଇ ସିଗନାଲ୍ ରୁ ୪୦ ମାଇକ୍ରୋୱାଟ୍ ର ବିଜୁଳୀ ଉତ୍ପନ୍ନ ହୋଇପାରିବ ଏବଂ ଏହି ବିଜୁଳୀ କୌଣସି ମୋବାଇଲର ଡିସପ୍ଲେ ଏବଂ ସିଲିକନ୍ ଚିପ୍ ପାଇଁ ଯଥେଷ୍ଟ । ଅର୍ଥାତ୍ ୱାଇ-ଫାଇ ସିଗନାଲ୍ ର ଯେତେ ଇନପୁଟ୍ ହେବ ଏହାର ୩୦% ପର୍ଯ୍ୟନ୍ତ ଆଉଟପୁଟ୍ ମିଳିବ ।