ବିଗ୍ ବିଙ୍କ ବଡ଼ପଣ ! ଆସାମ ବନ୍ୟା ପ୍ରପୀଡିତଙ୍କ ପାଇଁ ଆଗେଇ ଆସିଲେ ଅମିତାଭ ।

313

ଆସାମରେ ଏବେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଲୋକମାନଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏହି ବନ୍ୟାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଶହ ଶହ ଲୋକ ବନ୍ୟା ପାଣିରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ସାରା ଦେଶବାସୀ ଆସାମକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଲୋକେ ସାହାୟତା ରାଶି ପଠାଉଥିବା ବେଳେ ଏବେ ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାଁ ସାମିଲ ହୋଇଛି । ପୂର୍ବରୁ ଅଭିନେତା ଅକ୍ଷୟ କୁମାର ୨କୋଟି ଟଙ୍କା ଦାନ କରିଥିବା ବେଳେ ଏବେ ବିଗ୍ ବି ଆସାମକୁ ୫୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ଏ ନେଇ ଟୁଇଟ୍ କରି ଜଣାଇଛନ୍ତି । ଟୁଇଟ୍ରେ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୧ଲକ୍ଷ ଟଙ୍କା ଦାନ କରିଥିବାରୁ ଆମେ ଶ୍ରୀ ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କରୁଛୁ । ଆପଣଙ୍କ ସମର୍ଥନ ପାଇଁ ଆସାମବାସୀଙ୍କ ପକ୍ଷରୁ ଧନ୍ୟବାଦ ବୋଲି ଲେଖା ଯାଇଥିଲା ।