ଇତିହାସରେ ଘଟିଲା ପ୍ରଥମ ଘଟଣା,ଯେଉଁଠି ମାନବିକତା ଆଗରେ ହାର ମାନିଲା ପଦବୀ !

41

ଦେଶର ନ୍ୟାୟପାଳିକା ଇତିହାସରେ ଘଟିଯାଇଛି ଏକ ବିରଳ ଘଟଣା ଯେଉଁଠି ସୁପ୍ରିମକୋର୍ଟର ଦୁଇଜଣ ଜଜ୍ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଥିଲେ । ତେବେ ଆପଣ ଏବେ ଭାବୁଥିବେ ଯେ ଏଭଳି କେଉଁ ପରିସ୍ଥିତି ଉପୁଜିଲା ଯେଉଁଥିପାଇଁ ଦୁଇ ଜଜଙ୍କୁ ଗୀତ ଗାଇବାକୁ ପଡିଲା । ତେବେ ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ ।

ଏଭଳି ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିଥିଲା ସୋସାଇଟି ଫର୍ ଇଣ୍ଟରନ୍ୟାସନାଲ୍ ଲ’ର ସଭାଗୃହରେ ଦେଖିବାକୁ ମିଳିଥିଲା । କେରଳ ବନ୍ୟା ବିପନ୍ନଙ୍କ ପାଇଁ ଆୟୋଜିତ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଷ୍ଟିସ୍ କୁରିୟନ୍ ଜୋସେଫ୍ ଏବଂ ଜଷ୍ଟିସ୍ କେଏମ୍ ଜୋସେଫ୍ ଦୁହେଁ ଗୀତ ଗାଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମ କେରଳବାସୀଙ୍କୁ ଆର୍ଥିକ ସ୍ତରରେ ସହାୟତା କରିବା ପାଇଁ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ଉପସ୍ଥିତ ଦର୍ଶକ ମନଖୋଲି ଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ଉପସ୍ଥିତ ଲୋକ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦାନ କରିଥିଲେ ।

ତେବେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସର୍ବୋଚ୍ଚ ନ୍ୟାୟାଳୟରେ ପତ୍ରକାରଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ପ୍ରଧାନ ଦୀପକ୍ ମିଶ୍ରଙ୍କ ସମେତ ସୁପ୍ରିମ କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ ଜଜ୍ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଉତ୍ସବରେ ବଧିରଙ୍କୁ ସମର୍ପିତ ସଂଗୀତ ଗାନ କରାଯାଇଥିଲା,ଏହାର କାରଣ କେରଳ ପୀଡିତଙ୍କ ସୁରକ୍ଷା ସକାଶେ ପ୍ରଥମେ ବଧିର ସଂଘ ଆଗକୁ ଆସିଥିଲେ । “ପରେ ହମ୍ ହୋଗେଁ କାମୟାବ୍” ସଂଗୀତ ଗାଇ ଏହି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।