ଚାଲିଥିଲା ରାସ୍ତା ମରାମତି କାମ,ଭୂମି ଖୋଳୁ ଖୋଳୁ ବାହାରିଲା ଏପରି କିଛି ବସ୍ତୁ ଆଉ ତା’ପରେ…

82

ଛତିଶଗଡ କୋଣ୍ଡାଗାଁ ଜିଲ୍ଲାରେ ସଡକ ନିର୍ମାଣ ପାଇଁ ମରାମତି କରିବା ସମୟରେ ଯେଉଁ ଘଟଣା ଘଟିଲା ତାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଛତିଶଗଡର କୋରକୋଟୀ ଗ୍ରାମର ବେଡମା ଅଞ୍ଚଳରେ ସଡକ ନିର୍ମାଣ ପାଇଁ ଶ୍ରମିକ ମାଟି ଖୋଳୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ଫାଉଡା ଏକ ପଦାର୍ଥରେ ବାଜି ଶବ୍ଦ କରିଥିଲା । ପୁନଶ୍ଚ ଖୋଳିବା ପରେ ମହିଳା ଜଣକ ଯାହା ଦେଖିବାକୁ ପାଇଲେ ସେଥିରେ ସେ ଅବାକ୍ ହୋଇଗଲେ ।

ଉକ୍ତ ସ୍ଥାନରେ ଏକ କଳସରେ ସୁନା ଏବଂ ଚାନ୍ଦିର ମୁଦ୍ରା ଏବଂ ଗହଣା ଭରି ହୋଇରହିଥିଲା । ଜିଲ୍ଲା କଲେକ୍ଟର ଜାଞ୍ଚ୍ କରି କହିଛନ୍ତି ଯେ କଳସରେ ୫୭ ଟି ସୁନାମୁଦ୍ରା,ରୁପାର ୧୭ ଟି ମୁଦ୍ରା ଏବଂ ଗୋଟିଏ କାନଫୁଲ ରହିଛି । ତେବେ ଏହି ସବୁ ମୂଲ୍ୟବାନ ବସ୍ତୁ ବହୁ ବର୍ଷର ଥିବା ନେଇ ଅନୁମାନ କରାଯାଉଛି । ତେବେ ଏହି କଳସ ଭୂମିରୁ ଟିକେ ତଳକୁ ପୋତା ଯାଇଥିଲା । ପୁରାତନ ପ୍ରଚଳିତ ଲିପିର ଅଂଶ ଏହି ମୁଦ୍ରାରେ ଦେଖିବାକୁ ମିଳିଛି । ତେବେ ଏହି ମୁଦ୍ରାକୁ ପୁରାତନ ତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରିଦିଆଯିବା ପାଇଁ କଲେକ୍ଟରଙ୍କ ତରଫରୁ ସୁଚନା ମିଳିଛି ।