ମାନେକାଙ୍କ ପଶୁ ପ୍ରେମ ! ବୁଲା କୁକୁରର ଚିକିତ୍ସା କରାଇ ଚର୍ଚ୍ଚାରେ ମହିଳା ବିଜେପି ସାଂସଦ ।

94

ଉତ୍ତରପ୍ରଦେଶ ସୁଲତାନପୁରର ସାଂସଦ ମାନେକା ଗାନ୍ଧୀ ଜଣେ ପଶୁ ସୁରକ୍ଷା ଅଭିଯାନର ସକ୍ରିୟ ସଦସ୍ୟ ଭାବେ ବେଶ ଜଣାଶୁଣା ପରିବେଶ ପ୍ରଦୂଷଣ ବାବଦରେ ସ୍ୱର ଉଠାଇବା ସହ ସମାଜସେବୀ ଭାବେ ସମସ୍ତେ ଜାଣନ୍ତି ଏବେ କିନ୍ତୁ ମାନେକାଙ୍କ ପଶୁ ପ୍ରେମର ଆଉ ଏକ ଝଲକ ଦେଖିବାକୁ ମିଳିଛି ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ୭ଟାରେ ମାନେକାଙ୍କୁ ଖବର ଦିଆଯାଇଥିଲା ଯେ ଗୋଟିଏ ବୁଲା କୁକୁରର ପେଟରେ ମାଂସ ପିଣ୍ଡୁଳାଟିଏ ବାହାରିଥିବାବେଳେ କୁକୁରଟି ଅସହାୟ ଅବସ୍ଥାରେ ପଡ଼ିରହିଛି

କୁକୁରଟିକୁ ଅସହ୍ୟ ଯନ୍ତ୍ରଣା ହେଉଥିବାରୁ କୁକୁରଟି ଚିତ୍କାର କରୁଥିଲା ଏହା ଶୁଣି ମାନେକା ଘଟଣାସ୍ଥଳରେ ପହଂଚି କୁକୁରଟିକୁ ଉଦ୍ଧାର କରିଥିଲେ ସଙ୍ଗେସଙ୍ଗେ ତାହାକୁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ କୁକୁରର ରକ୍ତ ପରୀକ୍ଷା ହେବା ପରେ ଅସ୍ତ୍ରୋପଚାର କରାଯାଇଥିଲା ଦୀର୍ଘ ୪ ଘଣ୍ଟାର ଅପରେସନ ପରେ କୁକୁର ପେଟରୁ ମାଂସ ପିଣ୍ଡୁଳାଟିକୁ କଢ଼ାଯାଇଥିଲା ବର୍ତ୍ତମାନ କୁକୁରଟି ସ୍ୱାସ୍ଥ୍ୟ ଥିବାବେଳେ ଚଲାବୁଲା ମଧ୍ୟ କରୁଛି ଏଠାରେ ସୂଚନା ଥାଉ କି ମାନେକା ପିପୁଲସ ଫର ଆନିମଲସ ନାମକ ସଂଗଠନଟିଏ ପ୍ରତିଷ୍ଠା କରିଛନ୍ତି ପଶୁଙ୍କ ପ୍ରତି ବଢୁଥିବା ହିଂସା ବିରୋଧରେ ଏହି ସଂଗଠନ ସ୍ୱର ଉତ୍ତୋଳନ କରିଥାଏ

 

Comments are closed.