ଶରୀରରେ ଏହି ତିନୋଟି ଭିଟାମିନର ଅଭାବ ଆପଣଙ୍କୁ ବଧିର କରିବା ପାଇଁ ଯଥେଷ୍ଟ ! ଅଧିକ ଜାଣିବା ପାଇଁ ପଢନ୍ତୁ ପୁରା ଖବର । 

435

ଆଜିକାଲି ଲୋକମାନଙ୍କର ଜୀବନ ବଞ୍ଚିବାର ଶୈଳୀରେ ପରିବର୍ତ୍ତନ ଦେଖାଦେଉଛି । କାମର ଚାପ ବଢ଼ିବା ସହ ଖାଇବା ପିଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ଯାହାଦ୍ୱାରା ଲୋକମାନଙ୍କ ଶରୀରରୁ ଭିଟାମିନର ପରିମାଣ କମ ହେବାରେ ଲାଗିଛି । ଶରୀରରେ ଭିଟାମିନର ଅଭାବ ହେଲେ ଅନେକ ଶାରୀରିକ ସମସ୍ୟ ଦେଖା ଦେଉଥିବା ବେଳେ ବଧିରପଣ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ । କିଛି ଲୋକଙ୍କୁ ଏଭଳି ସମସ୍ୟା ଜନ୍ମରୁ ରହିଥିବା ବେଳେ କିଛି ଲୋକଙ୍କୁ ଭିଟାମିନ ଅଭାବ ହେଲେ ଏହି ସମସ୍ୟା ଦେଖା ଦେଇଥାଏ ।

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନଯୁକ୍ତ ଖାଦ୍ୟ ଏବଂ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଇବା ନିତାନ୍ତ ଜରୁରୀ । ଯଦି ଶରୀରରେ ଏହା ଭିତରୁ କେଉଁ ଗୋଟିଏ ବି ଜିନିଷର ଅଭାବ ରହିଯାଏ ତେବେ ଲୋକମାନଙ୍କୁ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିଭଳି ଭାବରେ ଯଦି ଶରୀରରେ ଭିଟାମିନ ଉ,ଋ ଏବଂଊର ପରିମାଣ କମ ହୋଇଯାଏ ତେବେ ବଧିରପଣ ଭଳି ସମସ୍ୟା ଦେଖା ଯାଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ନିଜର ପ୍ରତିଦିନର ଖାଦ୍ୟରେ ଭିଟାମିନ ଉ,ଋ ଏବଂ ଊ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଅନ୍ୟ ପକ୍ଷରେ ଏଭଳି ସମସ୍ୟାରେ ଆପଣ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ନିଜକୁ ଦୂରେଇ ରଖି ପାରିବେ ।

୧.ସୋରିଷ ତେଲରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଗରମ କରନ୍ତୁ । ପରେ ଏହାକୁ ଥଣ୍ଡା କରି କାନରେ ପକାନ୍ତୁ । ଏଭଳି କିଛି ଦିନ କଲେ ଆପଣ ସବୁ କଥା ଠିକ୍ ଭାବରେ ଶୁଣି ପାରିବେ ।

୨.କ୍ଷୀରରେ ହେଙ୍ଗୁ ମିଶାଇ ସେହି ମିଶ୍ରଣକୁ କାନରେ ପକାନ୍ତୁ । ବଧିରପଣ ସମସ୍ୟାରୁ ମୁକ୍ତି ମିଳିବ ।

୩.ସୋରିଷ ତେଲରେ ୭-୮ଟି ରସୁଣ ପକାଇ ରସୁଣ କଳା ହେବା ପର୍ୟ୍ୟନ୍ତ ଭାଜନ୍ତୁ । ପରେ ତାକୁ ଛାଣି ଥଣ୍ଡା କରିବା ସହ କାନରେ ପକାନ୍ତୁ ।