ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଗାଡି ଚାଳକଙ୍କ ଟୋଲଗେଟ୍ କର୍ମଚାରୀଙ୍କୁ ଘୋଷାଡ଼ି ନେବା ଭିଡିଓ, ଦେଖନ୍ତୁ ଭିଡିଓ

278

ଗୁରୁଗ୍ରାମ ଟୋଲ ପ୍ଲାଜାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁରୁଗ୍ରାମ ଟୋଲ ପ୍ଲାଜାରେ ଜଣେ କାର ଚାଳକ ଟୋଲ କର୍ମଚାରୀଙ୍କୁ ନିଜ କାରର ବନେଟରେ ପକାଇ ଘୋଷାଡି ନେଇଥିବା ସେଠାରେ ଲାଗିଥିବା ସିସିଟିଭ୍ ଫୁଟେଜ ଜରିଆରେ ଦେଖିବାକୁ ମିଳୁଛି। ଏହି କର୍ମଚାରୀ ଜଣକ ଉକ୍ତ କାର ଚାଳକଙ୍କୁ କେବଳ ଟୋଲ ପ୍ଲାଜାରେ ଅଟକିବାକୁ କହିଥିଲେ। କିନ୍ତୁ ଚାଳକ ଉକ୍ତ କର୍ମଚାରୀଙ୍କ କୌଣସି କଥା ନଶୁଣି ଗାଡ଼ିକୁ ଆଗକୁ ବଢ଼ାଇ ନେଇଥିଲେ। କର୍ମଚାରୀ ଜଣକ ଚାଳକଙ୍କ ଗାଡ଼ି ଆଗକୁ ମାଡି ଯାଉଥିବା ଦେଖି ସେ ସାମ୍ନାରୁ ହଟି ନ ପାରି ତାଙ୍କ ଗାଡ଼ି ବନେଟକୁ ଧରି ନେଇଥିଲେ। ଏହାପରେ ଚାଳକ ବନେଟ ଧରିଥିବା କର୍ମଚାରୀଙ୍କ ସହ ଗାଡ଼ି ଆଗକୁ ଚଳାଇ ଥିଲେ।

ପୀଡିତ କର୍ମଚାରୀ ଏହି ଘଟଣା ବିଷୟରେ କହିଛନ୍ତି, କାର ଚାଳକ ୧୦୦କିଲୋମିଟର ପ୍ରତି ଘଣ୍ଟା ବେଗରେ ମୋତେ ନିଜ କାର ବନେଟରେ ୫-୬କିଲୋମିଟର ପର‌୍ୟ୍ୟନ୍ତ ଘୋଷାଡି ନେଇଥିଲେ। କାର ଚାଳକ କହିଥିଲେ ତୁ କଣ ମୋର ଗାଡ଼ିକୁ ଅଟକାଇବୁ, ପୁଲିସ ବି ମୋର ଗାଡ଼ିକୁ ଅଟକାଇ ପାରେ ନାହିଁ।