କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କ ସହ ମାଉସୀ ଘରକୁ ଯାତ୍ରା କରିଛନ୍ତି। ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିର ଏହି ମହାର୍ଘ୍ୟ ମୁହୂର୍ତରେ ମହାପ୍ରଭୁଙ୍କୁ ରାମେଶ୍ବର ମନ୍ଦିର ଯାଏଁ ରଥରେ ଟାଣି ନେବାକୁ ଲୋକାରଣ୍ୟ ପାଲଟିଥିଲା ରଥରୋଡ୍। ହରିବୋଲ, ହୁଳହୁଳି ସହ ଆଧ୍ୟାତ୍ମିକ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ହେଲେ ନୀତି ବିଳମ୍ବ ଯୋଗୁଁ ବେଶି ବାଟ ଗଡ଼ି ପାରିନାହିଁ ରୁକୁଣା ରଥ। ଏପରିକି, ବଢ଼େଇବାଙ୍କ ଛକ ବି ଛୁଇଁପାରିନି। ଗୋଟିଏ ଦିନରେ ରଥ ଲାଗିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଥିବା ବେଳେ ନୀତି ବିଳମ୍ବ ଯୋଗୁଁ ରଥ ମାତ୍ର ଦେଢ଼ଶ ମିଟର ଗଡ଼ିପାରିଛି। ଗତବର୍ଷ ମାତ୍ର ଦେଢ଼ ହାତ ଗଢ଼ି ଅଟକିଥିବା ବେଳେ ଏଥର ଦେଢ଼ଶ ମିଟର ଗଡ଼ିବା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ମହାଶିବ ରାତ୍ରିରେ ୪୦ ମିନିଟ୍ ପୂର୍ବରୁ ମହାଦୀପ ଉଠିବା ପରେ ପ୍ରଶଂସା ଅର୍ଜିଥିବା ମନ୍ଦିର ପ୍ରଶାସନକୁ ସମାଲୋଚିତ ହେବାକୁ ପଡ଼ିଛି।
/kanak/media/post_attachments/wp-content/uploads/2019/04/Rukuna-Rath-450x330.jpg)
/kanak/media/post_attachments/wp-content/uploads/2019/04/Untitled-17-10-624x430.jpg)