ଢେଙ୍କାନାଳ : ବାଙ୍କୁଆଳ ସଅରସାହି ବସ୍ତିର ଜଣେ ଲୋକର ଗୁହାଳ ଘରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

53

କନକ ବ୍ୟୁରୋ : ଢେଙ୍କାନାଳ ସହର ଉପକଣ୍ଠ ବାଙ୍କୁଆଳ ସଅରସାହି ବସ୍ତିର ଜଣେ ଲୋକର ଗୁହାଳ ଘରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଛେଳି ଗିଳିବାକୁ ଗୁହାଳ ଘରେ ପଶିଥିଲା । ଘରଲୋକେ ସାପଟିକୁ ଦେଖି ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ । ସାପଟିକୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଜଙ୍ଗଲ ବିଭାଗର ସହାୟତାରେ ସାପଟିକୁ କପିଳାସ ନିକଟ ମେଘା ଜଙ୍ଗଲକୁ ଛଡ଼ାଯିବ ବୋଲି ସ୍ନେକ୍ ହେଲପ ଲାଇନ ସଦସ୍ୟ କହିଛନ୍ତି ।