“ମୋ ବାପାଙ୍କୁ ଏତେ ମାର ଯେ ତାଙ୍କ ଲୋମ ଟାଙ୍କୁରି ଉଠିବ”! ଥାନାରେ କାନ୍ଦି କାନ୍ଦି ବାପାଙ୍କ ନାଁରେ ଅଭିଯୋଗ କଲେ ୧୧ ବର୍ଷର ବାଳକ, ଜାଣନ୍ତୁ କାହିିଁକି

58

ବାପାଙ୍କ ପାଇଁ ପୁଅ ଆଖିରେ କ୍ରୋଧର ନିଆଁ । ବାପାଙ୍କ ବିରୋଧରେ ଥାନରେ ଅଭିଯୋଗ କଲେ ୧୧ ବର୍ଷିୟ ପୁଅ । ଏପରିକି ତାଙ୍କୁ ନିର୍ଦ୍ଧୁମ ବାଡେଇବାକୁ ମଧ୍ୟ ପୋଲିସ ବାବୁଙ୍କୁ କହିଛନ୍ତି ପୁଅ । ବାପାଙ୍କ ବିରୋଧରେ ପୁଅ ଅଭିଯୋଗ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ବାହାରକୁ ବୁଲାଇବା ପାଇଁ ନ ନେବାରୁ ବାପାଙ୍କ ନାଁରେ ଥାନାରେ ଅଭିଯୋଗ କରିବା ଭଳି ଘଟଣା ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚଯ୍ୟ କରିବ । ଏଭଳି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ପୋଲିସ ନିକଟରେ ଅଭିଯୋଗ କରୁଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

11yo_boy_goes_to_the_cops_to_complain_against_father_who_refused_to_take_him_to_an_exhibition_1515226922ବାପା ବାହାରକୁ ବୁଲାଇ ନେଲେନି, ପୁଅ କାନ୍ଦି କାନ୍ଦି ଥାନାରେ ପହଞ୍ଚିଗଲା । ଉତ୍ତରପ୍ରଦେଶର ୧୧ ବର୍ଷିୟ ଓମ ନାରାୟଣ ଗୁପ୍ତା । କିଛିଦିନ ପୂର୍ବେ ଅଭିଯୋଗ ନେଇ ପହଞ୍ଚିଥିଲେ ଥାନାରେ । ଅଭିଯୋଗ ଥିଲା ବାପା ଅମର ନାଥ ଗୁପ୍ତା ତାଙ୍କୁ ବାହାରକୁ ବୁଲାଇ ନେଉନଥିଲେ । ଏପରିକି ବାହାରକୁ ବୁଲିଯିବା ପାଇଁ କହିଲେ ମାଡ ମଧ୍ୟ ମାରୁଥିଲେ । ତେଣୁ ତାଙ୍କ ବାପାଙ୍କୁ ପୋଲିସ ମାଡ ମାରିବା ଦରକାର । ଯାହାଫଳରେ ସେ ଆଉ ଏମିତି କରିବେନି । ଘଟଣାଟି ଏପରି ଥିଲା, ଇଟାବା ମହୋତ୍ସବ ଦେଖିବା ପାଇଁ ଓମଙ୍କ ସାଙ୍ଗ ମାନେ ଯାଉଥିଲେ । ଏକଥା ଜାଣିବା ପରେ ସେ ମଧ୍ୟ ମହୋତ୍ସବ ଦେଖିବା ପାଇଁ ତାଙ୍କ ବାପାଙ୍କୁ କହିଥିଲେ । କିନ୍ତୁ ତାଙ୍କ ବାପା ସେଠାକୁ ନେବାକୁ ରୋକଠୋକ ମନା କରିଦେଇଥିଲେ । ଏକଥାରେ ରାଗି ଯାଇଥିଲେ ପୁଅ ଓମ ।

ବାପା ମନା କରିବା ପରେ ପୁଅ ଓମ ସିଧା ଯାଇ ପହଞ୍ଚଥିଲେ ଥାନାରେ । ଥାନା ବାବୁଙ୍କୁ କହିଥିଲେ, ତାଙ୍କ ବାପା କେଉଁ ଆଡେ ତାଙ୍କୁ ବୁଲାଇବାକୁ ନେଉନାହାନ୍ତି । ଏପରିକି ବୁଲିବା କଥା କହିଲେ ବାପା ମାଡ ମାରୁଛନ୍ତି ବୋଲି କାନ୍ଦି କାନ୍ଦି କହିଥିଲେ ଓମ । ତେଣୁ ସେ ତାଙ୍କ ବାପାଙ୍କ ନାଁରେ ଅଭିଯୋଗ କରିବାକୁ ଆସିଛନ୍ତି । ଏହାସହ ଓମ ପୋଲିସ ବାବୁଙ୍କୁ କହିଥିଲେ କି,ଯଦି ସେ ଆପଣଙ୍କ କଥା ନ ମାନନ୍ତି ତେବେ ଏମିତି ପିଟିବେ ଯେ ତାଙ୍କ ଦେହ ଥରି ଉଠିବ । ତେବେ ପୋଲିସ ଓମଙ୍କ କଥା ଅନୁସାରେ ତାଙ୍କ ବାପାଙ୍କୁ ବୁଝାଇବା ପରେ ଘଟଣା ଶାନ୍ତ ପଡିଥିଲା ।