ମନ୍ତ୍ରିମଣ୍ଡଳରେ ନୂଆ ଚେହେରା : ନବୀନ ଟିମରେ ୧୧ ନୂଆ ମନ୍ତ୍ରୀ, ୨ ମନ୍ତ୍ରୀଙ୍କ ପଦୋନ୍ନତି

87

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ବଡ ହଲଚଲ । ନବୀନ ମନ୍ତ୍ରୀମଣ୍ଡଳର ହେବ ନବକଳେବର । ନବୀନ ଗଢିବେ ନୂଆଟିମ୍ । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ହେବ । ମୋଟ ଶହେ ଜଣଙ୍କ ବସିବା ଲାଗି ବ୍ୟବସ୍ଥା କରାଯାଇଛି । ନବୀନଙ୍କ ଟିମରେ ସାମିଲ ହୋଇଛନ୍ତି ୧୧ ନୂଆ ମନ୍ତ୍ରୀ ଏବଂ ୨ ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି କରାଯାଇଛି ।

ନୂଆ ମନ୍ତ୍ରୀ ମଧ୍ୟରୁ ୫ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଓ ୭ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟ ନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ନିଂରଜନ ପୂଜାରୀ, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ ଓ ଶଶିଭୂଷଣ ବେହେରାଙ୍କୁ କ୍ୟାବିନେଟି ପାହ୍ୟା ମିଳିବ ବୋଲି ଶୁଣାଯାଉଛି । ସେହିପରି ପ୍ରଫୁଲ୍ଲ ମଲ୍ଲିକ ଓ ରମେଶ ମାଝୀଙ୍କୁ ରାଷ୍ଟ୍ର ମନ୍ତ୍ରୀରୁ ପଦୋନ୍ନତି ଦେଇ କ୍ୟାବିନେଟ ପାହ୍ୟା ଦିଆଯିବ । ଆରପଟେ ବିଜୟ ନାୟକ, ନୃସିଂହ ଚରଣ ସାହୁ, ଅନନ୍ତ ଦାସ, ସୁଶାନ୍ତ ସିଂହ ଓ ଚନ୍ଦ୍ରସାରଥୀ ବେହେରା ରାଷ୍ଟ୍ରମନ୍ତ୍ରୀ ଭାବେ ଆଜି ଶପଥ ନେବେ ବୋଲି ସୂଚନା ମିଳିଛି ।