ଫେବ୍ରୁଆରୀ ୨୮ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା! ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍

43

କନକ ବ୍ୟୁରୋ : ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଗଣିତ ପରୀକ୍ଷା ପାଇଁ ଚାପ ହେବ କମ୍ । ପରୀକ୍ଷା ସାରିବା ପାଇଁ ମିଳିବ ଅଧିକ ସମୟ । ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଗଣିତ ବିଷୟ ପାଇଁ ୧୫ ମିନିଟର ଅଧିକ ସମୟ ମିଳିବ । ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସୁଶାନ୍ତ କୁମାର ଦାସ ଏ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହୋଇ ଶେଷ ହେବ ମାର୍ଚ୍ଚ ୧୦ ତାରିଖରେ । ପରୀକ୍ଷା ଦିନ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୧.୩୦ ରେ ସରିବ । ହେଲେ ଗଣିତ ପ୍ରଶ୍ନର ଉତର ସାରିବା ପାଇଁ ୧୧.୪୫ ଯାଏ ସମୟ ମିଳିବ । ଯାହା ରେକର୍ଡ ସଂଖ୍ୟକ ୬ ଲକ୍ଷ ୫ ହଜାର ୬୪ ଜଣ ପରୀକ୍ଷାର୍ଥୀଙ୍କୁ ସହାୟକ ହେବ । ରାଜ୍ୟର ୨ ହଜାର ୯ ଶହ ୩୮ ଟି ପରୀକ୍ଷା କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା ପରିଚାଳନା ହେବ ।