ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫୦୦ରୁ ଅଧିକ କର୍ମୀ ଓ ନେତା ଦଳରେ ହେଲେ ସାମିଲ

42

କନକ ବ୍ୟୁରୋ: ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ଗଜପତି ମୋହନା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେପିରେ ମିଶିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫୦୦ରୁ ଅଧିକ କର୍ମୀ ଓ ନେତା ଦଳରେ ଯୋଗଦେଇଛନ୍ତି ।

ନବୀନ ପଟ୍ଟନାୟକ ବିକାଶ ଓ ଆଦର୍ଶରେ ଅନୁପ୍ରାରଣିତ ହୋଇ ଏମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି । ୧୫ରୁ ଅଧିକ ସରପଂଚ,୧୦ରୁ ଅଧିକ ସମିତି ନମ୍ବର, ବିଜେପିର ବ୍ଲକ ସଭାପତି ଓ ଜିଲ୍ଲା ସଭାପତି ସମେତ ୫୦୦ରୁ ଅଧିକ କର୍ମୀ ଦଳରେ ଯୋଗଦେଇଛନ୍ତି ।

ସେପଟେ ନବନିର୍ମିତ ପଥପାଶ୍ୱ ସୁବିଧାର ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଏବେ ପଥିକ ପାଇବେ ପଥପାଶ୍ୱ ସୁବିଧା । ଏନେଇ ପ୍ରାୟ ପ୍ରତି ଜିଲ୍ଲାରେ ଆରମ୍ଭ ହୋଇଛି ପଥପାଶ୍ୱ ସୁବିଧା କେନ୍ଦ୍ର । ନବ ନିର୍ମିତ ପଥପାଶ୍ୱ ସୁବିଧା କେନ୍ଦ୍ରଂକୁ ଲୋକର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ପଥପାଶ୍ୱ ସୁବିଧା କେନ୍ଦ୍ର ଗୁଡ଼ିକର ଲୋକାର୍ପଣ କରିଛନ୍ତି । ଏହି କେନ୍ଦ୍ର ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । କାର୍ ଓ ବସ୍ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ କ୍ୟାଫେଟେରିଆ ଓ ସ୍ନାକ୍ସ ବାରର ସୁବିଧା ରହିବ । ଏହାସହ ବିଶୁଦ୍ଧ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି ।