ଏମ୍ ଆଇ ପ୍ରେମୀଙ୍କ ପାଇଁ ଖୁସି ଖବର ! ଦୁଇଦିନ ପରେ ଲଞ୍ଚ ହେବ ଏମ୍ ଆଇ ମିକ୍ସ ୨

57

କନକ ବ୍ୟୁରୋ : ଏମ୍ ଆଇ ମିକ୍ସ-୨ କିଣିବାକୁ ଚାହିଁ ବସିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଉ ବେଶୀଦିନ ନୁହେଁ ମାତ୍ର ଦୁଇଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୧ରେ ଲଞ୍ଚ ହେବାକୁ ଯାଉଛି ଏହି ସ୍ମାର୍ଟଫୋନ । ଖାଲି ମିକ୍ସ-୨ ନୁହେଁ ଏକାସଙ୍ଗେ ଆଉ ଏକ ନୂଆ ଫିଚରର ସ୍ମାର୍ଟଫୋନ ଏମ୍ ଆଇ ନୋଟ-୩ ବି ଲଞ୍ଚ କରିବ କମ୍ପାନୀ । ତେବେ ସବୁଠୁ ବଡ କଥା ହେଉଛି ୧୨ ତାରିଖରେ ଆପଲ ଆଇଫୋନର ନୂଆ ଫିଚର ୱାଲା ସ୍ମାର୍ଟଫୋନ ଲଞ୍ଚ ହେବାକୁ ଥିବା ବେଳେ ଏମ୍ ଆଇ ଏହାର ଗୋଟିଏ ଦିନ ପୂର୍ବରୁ ନିଜର ସ୍ମାର୍ଟ ଫୋନ ଲଞ୍ଚ କରିବ ।

ଯଦିଓ ଏମ୍ ଆଇ ନୋଟ-୩ ରେ ଅଧିକ କଣ ଫିଚର ରହିଛି ତାହା କମ୍ପାନୀ ସ୍ପଷ୍ଟ କରିିନାହିଁ ତଥାପି ଏକଥା କୁହାଯାଇଛି ଯେ, ନୋଟ-୨ ଠାରୁ ନୋଟ-୩ ବିଶ୍ଚିତ ଭାବେ ବଡ ରହିବ । ଏହାକୁ ଫ୍ଲେଗସିପ ସ୍ମାର୍ଟଫୋନ ଏମ୍ ଆଇ-୬ ର ୱେରିୟଣ୍ଟ ବି କୁହାଯାଇପାରେ । ଏହି ନୂଆ ସ୍ମାର୍ଟଫୋନ ୩ଟି କଲର ୱେରିୟଣ୍ଟରେ ଆସିପାରେ । କମ୍ପାନୀ ପକ୍ଷରୁ ଜାରୀ କରାଯାଇଥିବା ଟିଜରରେ ଏଭଳି କିଛି ଦେଖିବାକୁ ମିଳୁଛି ।

ତେବେ ଏମ୍ ଆଇ ନୋଟ-୩ ସହ ଜଡିତ କିଛି କଥା ଲିକ ହୋଇଛି । ଯେଉଁଥିରୁ ଏହା ହାଲୁକା ବୋଲି ଜଣାପଡୁଛି । ସେହିଭଳି ଏହାର ସ୍କ୍ରିନ ୫.୧୫ ଇଞ୍ଚ ହେବ ଏବଂ ଏଥିରେ ଏମୋଲେଡ ଡିସପ୍ଲେ ଦିଆଯାଇଛି । ଏମ୍ ଆଇ ନୋଟ-୩ର ଦୁଇଟି ୱେରିୟଣ୍ଟ ଆସିପାରେ । ସେଥି ମଧ୍ୟରୁ ଗୋଟିଏ ୬ଜିବି ରାମ ସହ ୧୨୮ ଜିବି ଇଣ୍ଟରନାଲ ମେମୋରି ରହିବ । ସେହିଭଳି ଅନ୍ୟଟିରେ ୮ଜିବି ରାମ ଓ ୨୫୬ ଜିବି ଇଣ୍ଟରନାଲ ମେମୋରି ପାଇବେ ଗ୍ରାହକ ।

ଏହି ସ୍ମାର୍ଟଫୋନରେ ଏଣ୍ଡ୍ରଏଡ ନୁଗଟ ୭.୧୧ ଥିବା କମ୍ପାନୀର ନିଜର ଓଏସ୍ ରହିବ ବୋଲି ସୁରାକ ମିଳିଛି । ମିଳିଥିବା ସୂଚନା ମୁତାବକ, ଏଥିରେ କ୍ୱାଲକାଁମ ସ୍ନାପଡ୍ରାଗନ୍ ୮୩୫ ପ୍ରୋସେସର ସହ ୪,୦୭୦ ମେଗାହର୍ଜ ଥିବା ପାୱାରଫୁଲ ବ୍ୟାଟେରୀ ରହିବ ।

ଗତଥର ମଧ୍ୟ ଏମ୍ ଆଇ ନୋଟ-୨ ସହିତ ଏମ୍ ଆଇ ମିକ୍ସ ଲଞ୍ଚ କରା ଯାଇଥିଲା । ତେଣୁ ଆଶା କରାଯାଉଛି, ଏଥର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିବ । ତେବେ ଏହି ଦୁଇଟି ଯାକ ସ୍ମାର୍ଟଫୋନ ଚାଇନା ବଜାରରେ ହିଁ ଲଞ୍ଚ ହେବ । ଯେହେତୁ ଏମ୍ ଆଇ ମିକ୍ସ ଭାରତରେ ଲଞ୍ଚ ହୋଇନି ତେଣୁ ଏମ୍ ଆଇ ମିକ୍ସ-୨ ଏଠାରେ ଲଞ୍ଚ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।