ଯକୃତକୁ ସୁସ୍ଥ ରଖବାକୁ ଚାହୁଁଛନ୍ତି ! ନିୟମିତ ପିଅନ୍ତୁ ଏହି ସବୁ ଜୁସ୍

92

ଶରୀରରେ ଯକୃତ ବା ଲିଭର୍ ସମସ୍ୟାକୁ ସବୁଠାରୁ ବିପଦଜ୍ଜନକ ରୋଗ ଭାବରେ ଧରାଯାଏ । ସମୟ ଥାଉ ଥାଉ ଏହାର ଚିକିତ୍ସା ନକଲେ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି । ଯଦି କୌଣସି ବ୍ୟକ୍ତିଙ୍କର ଯକୃତ ଖରାପ ହୋଇଯାଏ ତେବେ ଶରୀର ସଠିକ୍ ଭାବରେ କାମ କରିନଥାଏ । ଆଉ ଯକୃତ ଖରାପ ହେଲେ ମସଲାଯୁକ୍ତ ଏବଂ ଅଧିକ ଲୁଣ ଥିବା ଖାଦ୍ୟ ଖାଇବା ଅନୁଚିତ୍ । ତଥାପି କେହି ଯଦି ଏସବୁ ଖାଦ୍ୟ ଖାଏ ତେବେ ପେଟ ଫୁଲିପାରେ । ଅନେକ ଲୋକ ଏହାକୁ ମୋଟାପଣ ବୋଲି ଭାବନ୍ତି । ଏବେ ନଜର ପକାନ୍ତୁ ଏପରି ସମସ୍ୟା ହେଲେ କେଉଁ ଜୁସ୍ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

carrotଅଁଳା ଏବଂ ଗାଜର ଜୁସ୍ :
ଯେଉଁ ବ୍ୟକ୍ତି ମାନଙ୍କର ଯକୃତ ସମସ୍ୟା ହୋଇଥାଏ ସେମାନଙ୍କ ପାଇଁ ଅଁଳା ଏବଂ ଗାଜର ଜୁସ୍ ଖୁବ୍ ଲାଭଦାୟକ । ପ୍ରତିଦିନ ସକାଳ ଖାଦ୍ୟରେ ଏହି ଜୁସ୍ ପିଇଲେ ଲିଭରର ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ । ୧୫୦ ମିଲିଲିଟର ଗାଜର ଜୁସ୍ ସହ ୨୦ ମିଲିଲିଟର୍ ଅଁଳା ଜୁସ୍ ମିଶାଇ ନିୟମିତ ସକାଳେ ପିଅନ୍ତୁ । ସ୍ୱାଦ ପାଇଁ ଅଳ୍ପ କଳା ଲୁଣ ମିଶାଇ ପାରନ୍ତି ।

ବିଟ୍ ଏବଂ ପାଳଙ୍ଗ ଜୁସ୍ :
Hypertension-les-avantages-du-jus-de-betterave-confirmesବିଟ୍ ଏବଂ ପାଳଙ୍ଗ ଜୁସ୍ ପିଇଲେ ଯକୃତ ସୁସ୍ଥ ରହିଥାଏ । ପାଳଙ୍ଗ ପତ୍ର ସହ ବିଟ୍ ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ଏହି ଜୁସ୍ ତିଆରି କରନ୍ତୁ । ତେବେ ସ୍ୱାଦ ପାଇଁ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏହି ଜୁସ୍ ପିଇଲେ ଯକୃତ ସୁସ୍ଥ ରହିବା ସହ ଶରୀରରେ ରକ୍ତର ଅଭାବକୁ ପୁରା କରିଥାଏ ।

ତେବେ ତିଆରି କରିବା ପରେ ପରେ ହିଁ ଏହି ସବୁ ଜୁସକୁ ପିଅନ୍ତୁ । ବେଶୀ ସମୟ ରଖନ୍ତୁ ନାହିଁ । ଯଦି ଜୁସ୍ ପିଇବା ପରେ କୌଣସି ସମସ୍ୟା ହୁଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାକରନ୍ତୁ ।