ବିବାହରେ ଅଜବ ନିୟମ : କନ୍ୟା ପିତାଙ୍କୁ ତିମି ମାଛର ଦାନ୍ତ ଉପହାର ଦିଏ ବର
ବିଶ୍ୱରେ ଅନେକ ଦେଶର ଭିନ୍ନ ଭିନ୍ନ ପରଂପରା ଓ ନୀତି ନିୟମ । ଏସବୁ ଜାଣିଲେ ବେଳେବେଳେ ଅଜବ ଲାଗେ ତ ପୁଣି କେତେବେଳେ ମଜାକ ଭଳି ମନେହୁଏ । ବିବାହକୁ ନେଇ ଏମିତି ଏକ ଭିନ୍ନ ରୀତି ଦେଖିବାକୁ ମିଳେ ଫିଜିରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଜର ଏଭଳି ନିଆରା ପରମ୍ଫରା ପାଇଁ ଏହି ଦେଶ ପ୍ରାୟତଃ ଚର୍ଚ୍ଚାରେ ରହିଆସିଛି । ଫିଜିରେ ଏହି ଅଜବ ବିବାହ ପରମ୍ପରାକୁ ତବୁଆ ନାମରେ ଜଣା ଯାଉଛି । ଏହି ପରମ୍ପରା ମୁତାବକ, ବିବାହ ପାଇଁ ବରକୁ କନ୍ୟା ପିତାଙ୍କୁ ବିରାଟ ତିମି ମାଛର ଦାନ୍ତ ଉପହାର ସ୍ୱରୂପ ଦେବାକୁ ହୋଇଥାଏ । ବର୍ଷ ବର୍ଷ ଧରି ଫିଜିର ଲୋକମାନେ ଏହି ତବୁଆ ପରମ୍ପରାକୁ ଅତି ନିଷ୍ଠାର ସହ ପାଳନ କରିଆସୁଛନ୍ତି ।
ସେମାନଙ୍କ ବିଶ୍ୱାସ ରହିଛି ଯେ, ଏହି ପରମ୍ପରା ଏହି କଥାର ପ୍ରତୀକ ଅଟେ କି ବିବାହ କରିବାକୁ ଯାଉଥିବା ପୁଅଟି ଏକ ସଂସ୍କୃତି ସଂପନ୍ନ ପରିବାରର । ଏହି ପରମ୍ପରା ଅନୁସାରେ, ଯଦି ଜଣେ ପୁଅ ନିଜର ଭାବି ସ୍ତ୍ରୀ ପାଇଁ ସମୁଦ୍ରର ଗଭୀରତାକୁ ଅତିକ୍ରମ କରି ବିଶ୍ୱର ସବୁଠାରୁ ବଡ ମାଛ ସହ ଲଢି ତାର ଦାନ୍ତ ଆଣି ଝିଅର ବାପାଙ୍କ ହାତରେ ଦେବା ତାର ପ୍ରେମର ସତ୍ୟତାର ଗଭୀରତାର ପରିଚୟ ଦିଏ ।
ରାଜସ୍ଥାନ ପତ୍ରିକା ଅନୁସାରେ, ଏହି ପରମ୍ପରାକୁ ଫିଜିରେ ଅତି ଧୁମ୍ ଧାମରେ ପାଳନ କରାଯାଇଥାଏ । ଏଥିସହ ଏଭଳି ବିବାହ ଉତ୍ସବକୁ ଉପଭୋଗ କରିବାକୁ ଓ ସାମିଲ ହେବା ପାଇଁ ଅନେକ ସଂଖ୍ୟକ ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ । ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ, ତିମି ନାମକ ମାଛ ବିଶ୍ୱର ସବୁଠାରୁ ବିଶାଳକୟ ମାଛ ଭାବରେ ଗଣିତ । ଯିଏ କି ଗହୀର ସମୁଦ୍ର ମଧ୍ୟରେ ରହିଥାଏ ଆଉ ତାହା ସହ ଲଢି ତାର ଦାନ୍ତ ଭାଙ୍ଗି ଆଣିବା ସତରେ ମୃତ୍ୟୁ ମୁହଁରୁ ଫେରିବା ସଦୃଶ୍ୟ ।