ସ୍ୱିମିଂ ପୁଲରେ ମୃତ୍ୟୁ ସହ ଲଢ଼ୁଥିଲେ ମହିଳା ! ଫେସବୁକ ଯୋଗୁଁ ବଞ୍ଚିଲା ଜୀବନ

133

ସୋସିଆଲ ନେଟଓ୍ଵାର୍କିଂ ପ୍ଲାଟଫର୍ମ ଫେସବୁକର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିନକୁ ଦିନ ଲୋକେ ଅଧିକରୁ ଅଧିକ ରୂପେ ଫେସବୁକରେ ସକ୍ରିୟ ହେଉଛନ୍ତି । ଫେସବୁକ ଯୋଗୁଁ ଅନେକ ଅଘଟଣ ଘଟୁଥିଲେ ହେଁ, ଫେସବୁକ ଯୋଗୁଁ ଆମେ ଅନେକ ଖବର କେବଳ ଗୋଟିଏ କ୍ଲିକରେ ଜାଣିପାରୁଛନ୍ତି । ଫେସବୁକର ଏପରି କିଛି ଅବଦାନକୁ ଆମେ କେବେ ଅସ୍ୱୀକାର କରିପାରିବା ନାହଁ । ଲୋକଙ୍କ ସୁବିଧା ପାଇଁ ଦିନକୁ ଦିନ ଫେସବୁକ ଅନେକ ନୂଆ ନୂଆ ଫିଚର ମଧ୍ୟ ଉପସ୍ଥାପନ କରୁଛି ।

ନିକଟରେ ଏପରି ଏକ ଖବର ଶୁଣିବା ପାଇଁ ମିଳୁଛି, ଯେଉଁଠି ଫେସବୁକ ଯୋଗୁଁ ମହିଳାଙ୍କ ଜୀବନ ବଞ୍ଚି ଯାଇଛି । ଏପରି ଏକ ଘଟଣା ଘଟିଛି ନ୍ୟୁୟର୍କରେ । ସ୍ୱିମିଂ ପୁଲରେ ଫସିଥିବା ଜଣେ ମହିଳା ଫେସବୁକ ଯୋଗୁଁ ନୂଆ ଜୀବନ ପାଇଁଛନ୍ତି । ନ୍ୟୁୟର୍କ ଡେଲୀରଖବର ଅନୁସାରେ ଲେସ୍ଲୀ କହନ ନାମକ ଜଣେ ମହିଳା ଶୁକ୍ରବାର ଦିନ ସ୍ୱିମିଂ ପୁଲରେ ଫସି ଯାଇଥିଲେ । ସେ ପୁଲକୁ ଗାଧୋଇବା ପାଇଁ ଓହ୍ଲାଇଥିଲେ କିନ୍ତୁ ଫେରିବା ସମୟରେ ପୁଲର ସିଡ଼ି ଭାଙ୍ଗିଯାଇଥିଲା । ଯାହାଦ୍ୱାରା ସେ ପାଣି ଭିତରେ ପଶିି ରହିଥିଲେ । ପାଣିରୁ ବାହାରିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିଲା ।

ମହିଳା ଜଣକ କହିଛନ୍ତି, ଘଂଟା ଘଂଟା ଧରି ଚେଷ୍ଟା କରିବା ପରେ ବହୁତ କଷ୍ଟରେ ସେ ପାଖରେ ପଡ଼ିଥିବା ଏକ ବାଡ଼ି ସାହାଯ୍ୟରେ ତାଙ୍କ ଆଇପ୍ୟାଡ଼କୁ ପାଖକୁ ଆଣିଥିଲେ । ତା’ପରେ ଫେସବୁକ ଆପରେ ସାହଯ୍ୟ ମାଗିଥିଲେ । ଯଦ୍ୱାରା ଫେସବୁକ ଗ୍ରୁପର କିଛି ସଦସ୍ୟ ସେଠାରେ ପହଞ୍ଚି ତାଙ୍କୁ ପୁଲରୁ ଉଦ୍ଧାର କରିଥିଲେ ।

                                   ସୌଜନ୍ୟ- ଏନଡ଼ିଟିଭି