ଗୁଗଲରେ ଗୋଟିଏ ସର୍ଚ୍ଚ . . . .ଆଖି ପିଛୁଳାକେ ମହିଳାଙ୍କ ବ୍ୟାଙ୍କ୍ ଆକାଉଂଟରୁ ଖାଲି ହୋଇଗଲା ୧ ଲକ୍ଷ ଟଙ୍କା

430

ଆଜକାଲି ମନରେ କିଛି ବି ପ୍ରଶ୍ନ ଉଙ୍କି ମାରିଲେ ଆମେ ତା’ର ଉତ୍ତର ସହଜରେ ପାଇପାରୁଛୁ । କାହାକୁ ନପାଚରି ତଥା କାହାର ସାହାଯ୍ୟ ନନେଇ ଗୁଗଲ ସାହାଯ୍ୟରେ ଅତି ସହଜରେ ଆମକୁ ମିଳିଯାଉଛି ଉତ୍ତର । ତେବେ ଗୁଗଲ ପାଇଁ ଯେତିକି ସୁବିଧା ହେଉଛି, ସେତିକି ଅସୁବିଧାରେ ମଧ୍ୟ ପଡ଼ୁଛନ୍ତି ଲୋକେ । ଠକାମିର ଶିକାର ହେଉଛନ୍ତି ଲୋକେ । ଗୁଗୁଲ ମ୍ୟାପ ଜରିଆରେ ଲୋକମାନଙ୍କୁ ଠକେଇର ଶିକାର ହେବାକୁ ପଡ଼ିଥିବା ଅନେକ ଖବର ସାମ୍ନାକୁ ଆସିଛି ।

ନିକଟରେ ଏପରି ଏକ ଘଟଣା ଘଟିଛି । ଦିଲ୍ଲୀ ସୀମାପୁରୀରେ ବସବାସ କରୁଥିବା ଜଣେ ମହିଳା ଗୁଗୁଲ ସର୍ଚ୍ଚ ଜରିଆରେ ୧ଲକ୍ଷ ଟଙ୍କା ହରାଇଥିବା ଜଣାପଡ଼ିଛି । ସମ୍ପୃକ୍ତ ମହିଳାଙ୍କ ଇ-ୱାଲେଟରେ କିଛି ଅସୁବିଧା ହୋଇଥିଲା, ତେଣୁ ସେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିଥିଲେ ।

 

ସୂଚନା ଅନୁସାରେ ମହିଳା ଜଣଙ୍କ ଇ-ୱାଲେଟରେ ସମସ୍ୟା ହେବାରୁ ହେଲ୍ପ ଲାଇନ ନମ୍ବରର ସହଯୋଗ ଲୋଡିଥିଲେ । ଏହାପରେ ଗୋଟିଏ ନମ୍ବର ପାଇ କଲ କରିଥିଲେ । ଏହାପରେ ସମ୍ପୃକ୍ତ ମହିଳା ଉକ୍ତ ବ୍ୟକ୍ତିଙ୍କୁ କଷ୍ଟମର କେୟାର ଭାବି ଡେବିଟ୍ କାର୍ଡ ସହିତ ଜଡ଼ିତ ସମସ୍ତ ତଥ୍ୟ ସେୟାର କରି ଦେଇଥିଲେ । ଏହାର କିଛି ସମୟ ପରେ ମହିଳାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ । ଏହି ମାମଲା ଏବେ ସାଇବର ସେଲ ଥାନାରେ ପହଞ୍ଚିଛି । ପୁଲିସ ଘଟଣାର ତଦନ୍ତ କରୁଛି । ଠକେଇର ଶିକାର ହୋଇଥିବା ମହିଳା ଜଣଙ୍କ ସୀମାପୁରୀର ଏକ ଘରୋଇ କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି ।