ବଡ ନୋଟ୍ ଅଚଳ ପ୍ରସଙ୍ଗ : ଦୁଇ ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ

22

କନକ ବ୍ୟୁରୋ : ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହୋହାଲ୍ଲା । ବଡ ନୋଟ୍ ଅଚଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ମାନେ ବଡ ନୋଟ ଅଚଳ ପ୍ରସଙ୍ଗରେ ହୋହାଲ୍ଲା କରିଥିଲେ । ସରକାରଙ୍କ ଏହି ନିଷ୍ପତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଗୃହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତ ଦାବି କରିଛନ୍ତି ବିରୋଧୀ । ଗୃହରେ ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ସାଢେ ୧୧ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ସେହିପରି ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସମସ୍ତ ବିରୋଧୀ ଦଳ ନୋଟ୍ ଅଚଳ ପରେ ଜନତାଙ୍କ ଅସୁବିଧାକୁ ଦେଖାଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।