ଆଜିଠୁ ଓଡିଶାରେ ନୂଆ ୫୦୦ ଟଙ୍କିଆ ନୋଟ୍ : କାଳି ଲଗାଇ କରାଯାଉଛି ଟଙ୍କା ବଦଳ

38

କନକ ବ୍ୟୁରୋ : ଆଜିଠୁ ଓଡିଶାରେ ଉପଲବ୍ଧ ହେବ ନୂଆ ୫୦୦ ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତକାଲି ଏହାକୁ ପ୍ରଦର୍ଶିତ କରାଯାଇଛି । ପୂର୍ବରୁ ଦେଶର କିଛି ଅଂଚଳରେ ୫୦୦ ଟଙ୍କିଆ ନୋଟ୍ ଉପଲବ୍ଧ ହେଉଥିବା ବେଳେ ଓଡିଶାରେ ଆଜିଠାରୁ ଲୋକଙ୍କ ପକେଟକୁ ଏହି ନୋଟ୍ ଆସିବ । ଆଶା କରାଯାଉଛି ୫୦୦ ଟଙ୍କିଆ ନୋଟ୍ ଓଡିଶା ବଜାରକୁ ଆସିବା ପରେ ସାଧାରଣ ଲୋକଙ୍କ ସମସ୍ୟା କିଛି ମାତ୍ରାରେ ଲାଘବ ହେବ ।

କାରଣ ୧୦୦ ଟଙ୍କିଆ ନୋଟ୍ ପରେ ସବୁଠାରୁ ବଡ ୨ ହଜାର ଟଙ୍କିଆ ନୋଟ୍ ଉପଲବ୍ଧ ହେଉଥିଲା । ଫଳରେ ଖୁଚୁରା ବଜାରରେ ନାନା ସମସ୍ୟା ଦେଖିବାକୁ ମିଳୁଥିଲା । ୫୦୦ ଟଙ୍କିଆ ଉପଲବ୍ଧ ହେବା ପରେ ବଜାର ଚାହିଦା ତୁଲାଇବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।