ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏବେ ଛତିଶଗଡର ପାଳି ! ମୁଖ୍ୟମନ୍ତ୍ରୀ ନେଇ ଆଜି ହୋଇପାରେ ବଡ ଘୋଷଣା

ଅପରାହ୍ନରେ  ରାୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକ

106

କନକ ବ୍ୟୁରୋ : କିଏ ହେବ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ? ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏବେ ଛତିଶଗଡର ପାଳି ପଡ଼ିଛି । ଛତିଶଗଡରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଆଜି ଘୋଷଣା ହେବ ।  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏ ବାବଦରେ ନିଷ୍ପତି ନେବେ ।  ଏହାଛଡା ଅପରାହ୍ନ ୪ଟାରେ ରାୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ ବି ବସୁଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ଭୁପେଶ ବାଘେଲା, ଟି.ଏସ.ସିଂହଦେଓ ଓ ତାମ୍ରଧ୍ୱଜ ସାହୁଙ୍କ ନାଁ ଆଗରେ ରହିଛି ।

 

ଗତକାଲି ଏହି ନେତାମାନେ ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଥିଲେ । ରାହୁଲଙ୍କ ନିଷ୍ପତିକୁ ଦଳର ସବୁନେତା  ମାନିନେବେ ବୋଲି କହିଛନ୍ତି ଭୁପେଶ ବାଘେଲା । ୧୫ ବର୍ଷ ପରେ ଛତିଶଗଡରେ କଂଗ୍ରେସ କ୍ଷମତାକୁ ଫେରିଛି । ୯୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସକୁ ମିଳିଛି ୬୮ଟି ଆସନ ।  ରାହୁଲ ଗାନ୍ଧି ଆଶ୍ୱସନା ଦେଇଛନ୍ତି, ସରକାର ଗଠନର ଦଶଦିନ ମଧ୍ୟରେ ହିଁ କୃଷିଋଣ ଛାଡ କରାଯିବ ।