ପୋଷ୍ଟ ଅଫିସରେ ଆରମ୍ଭ ହେବାକୁ ଯାଉଛି ନୂଆ ସ୍କିମ । ୧୭ କୋଟି ଲୋକ ଯୋଜନାରେ ହେବେ ଉପକୃତ

ଭାରତୀୟ ପୋଷ୍ଟ ଅଫିସ ଡାକ ସେବା ଛଡା ବ୍ୟାଙ୍କ ସେବା ମଧ୍ୟ ଯୋଗାଉଛି

353

କନକ ବ୍ୟୁରୋ : ଭାରତୀୟ ପୋଷ୍ଟ ଅଫିସ ଡାକ ସେବା ଛଡା ବ୍ୟାଙ୍କ ସେବା ମଧ୍ୟ ଯୋଗାଉଛି । ତେବେ ଏପରି ସୁବିଧାକୁ ଅଧିକ ସରଳ କରିବା ପାଇଁ ଏବେ ସମସ୍ତ କାର୍ଯ୍ୟ ଅନଲାଇନରେ କରାଯାଉଥିବା ଜଣାପଡିଛି । ବର୍ତମାନ ସମୟରେ ଆରଡି, ପିଏଫ ସ୍କିମ ସମ୍ବନ୍ଧୀୟ କାମ ଘରେ ବସି ମଧ୍ୟ କରିପାରିବା ନେଇ ସୂଚନା ମିଳିଛି । ପୋଷ୍ଟ ଅଫିସ ଏପରି କିଛି ସ୍କିମ କରିଛି ଯାହାଦ୍ୱାରା ଲୋକମାନେ ନିଜର ଅର୍ଥ ଏଠାରେ ରଖିପାରିବା ସହ ଲାଭବାନ ମଧ୍ୟ ହୋଇଛନ୍ତି । ଡାକ ବିଭାଗ ସରକାରଙ୍କ ଏକ ଏଜେଣ୍ଟ ଭଳି ଣଧ୍ୟ କାମକରିଥୁବାର ସୂଚନା ମିଳିଛି । ଏଠାରେ ବୟସ୍କଙ୍କ ପାଇଁ ପେନସନ ଓ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଗଗାର ଗ୍ୟାରେଣ୍ଟି ଯୋଜନା ମଧ୍ୟ ହୋଇଥାଏ ।

 

ବର୍ତମାନ ସମୟରେ ଗ୍ରାହକ ମାନେ ଘରେ ବସି ଅନଲାଇନରେ ନିଜର ସମସ୍ତ କାମ କରିପାରୁଥିବା ନେଇ ସୂଚନା ମିଳିଛି । ତେବେ ଏବେ ୧୭କୋଟି ଲୋକଙ୍କୁ ପିଓଏସବି ଖାତାଧାରକ ମାନେ ଅନଲାଇନରେ ଟଙ୍କା ନେଣ ଦେଣ ମଧ୍ୟ କରିପାରୁଥିବା ଜଣାପଡିଛି । ଗ୍ରାହକମାନେ ଅନଲାଇନରେ ଟଙ୍କା ବିତରଣ ମଧ୍ୟ କରିପାରୁଥିବେ । ଏହାରି ମାଧ୍ୟମରେ ପୋଷ୍ଟ ଅଫିସର ଗ୍ରାହକମାନେ ନିଜର ଆରଡି ଆକାଉଣ୍ଟ, ଟିଡି ଆକାଉଣ୍ଟଏବଂ ପିପିଏଫ ଖାତା ଖୋଲିପାରିବେ ବୋଲି ସୂଚନା ମିଳିଛି ।

 

ଆରଡି ଆକାଉଣ୍ଟ ପୋଷ୍ଟ ଅଫିସ, ବ୍ୟାଙ୍କ କିମ୍ବା ଅନଲାଇନରେ ନିଜର ଖାତା ମଧ୍ୟ ଖୋଲିପାରିବେ । କେବଳ ଏତିକି ନୁହେଁ ମୋବାଇଲ ଆପରେ ମଧ୍ୟ ନିିଜର ଆକାଉଣ୍ଟ ଖୋଲିପାରିବେ । ପୋଷ୍ଟ ଅଫିସରେ ଆରଡି ଏକାଉଣ୍ଟ ଖୋଲିବା ସମୟରେ ଟଙ୍କା କିମ୍ବା ଚେକ ମାଧ୍ୟମରେ ଆପଣ ଖୋଲିପାରିବେ ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ଏଣିକି ଗୋଟିଏ ପୋଷ୍ଟ ଅଫିସରୁ ଅନ୍ୟ ଏକ ପୋଷ୍ଟ ଅଫି, ଆପଣଙ୍କ ଖାତା ଟ୍ରାନସଫର ହୋଇପାରିବ । ତେବେ ଖାତା ଖୋଲିବା ପୂର୍ବରୁ ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ କି ଖାତା ଖୋଲିବା ପରେ କେଉଁ ଥରେ କେତେ ଟଙ୍କା ମିଳୁଛି ।

 

ଯଦି ଆପଣଙ୍କୁ ଆରଡିରେ ୧୦ ହଜାର ଟଙ୍କାଠାରୁ ଅଧିକ ସୁଧ ମିଳୁଛି ତେବେ ଆପଣଙ୍କଠାରୁ ଟ୍ୟାକ୍ସ ମଧ୍ୟ ନିଆଯାଇପାରେ ବୋଲି ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ଏହି ସ୍କିମରେ ଅନେକ ପ୍ରକାର ସୁବିଧା ଲେକାମାନଙ୍କୁ ମିଳିପାରିବ ବୋଲି ସୂଚନା ମିଳିଛି । ଏହାସହ ଏହି ସମ୍ପର୍କରେ ଅଧିକ ଜାଣିବା ପାଇଁ ନିକଟସ୍ଥ ପୋଷ୍ଟ ଅଫିସରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।