ସ୍ମାର୍ଟଫୋନ୍ ଚାର୍ଜ କରିବା ବେଳେ କ’ଣ କରିବେ ଓ କ’ଣ କରିବେନି ! ଧ୍ୟାନ ଦିଅନ୍ତୁ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ
ଆପଣ ଦେଖିଥିବେ ସାଧାରଣ ଫିଚର୍ ଫୋନ୍ ଅପେକ୍ଷା ସ୍ମାର୍ଟଫୋନ୍ ଗୁଡ଼ିକ ଶୀଘ୍ର ଖରାପ ହେଇଯାଏ । ଏହାର ଅନେକ କାରଣ ଥାଇପାରେ । ତେବେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ସାମାନ୍ୟ ସତର୍କ ନ ରହିଲେ ଫୋନ୍ ଆହୁରି ବି ଶୀଘ୍ର ଖରାପ ହେବାର ସମ୍ଭାବନା ଥାଏ । ବିଶେଷକରି ଫୋନ୍ ଚାର୍ଜ କଲା ବେଳେ ନିର୍ଦ୍ଦିଷ୍ଟ କେତୋଟି ଦିଗକୁ ଧ୍ୟାନ ଦେବା ଦ୍ୱାରା ଆପଣ ଆପଣଙ୍କ ଫୋନକୁ ଶୀଘ୍ର ଖରାପ ହେବାରୁ ବଞ୍ଚାଇ ପାରିବେ । ତେବେ, ଫୋନ୍ ଚାର୍ଜ ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ ନଜର ପକାନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
– ସବୁବେଳେ ଫୋନକୁ ସେହି ଫୋନର ଚାର୍ଜରରେ ଚାର୍ଜ କରନ୍ତୁ ।
-ଅଜଣା କମ୍ପାନିର ଶସ୍ତା ଚାର୍ଜରରେ ଫୋନ୍ ଚାର୍ଜ କରନ୍ତୁ ନାହିଁ ।
-ଚାର୍ଜ ବୋର୍ଡର ସୁଇଚ୍ ଅଫ୍ ନ କରି ଫୋନରୁ ଚାର୍ଜର କାଢ଼ନ୍ତୁ ନାହିଁ ।
-ତୁରନ୍ତ ଚାର୍ଜ ହୋଇ ଯାଉଥିବା ଚାର୍ଜରରେ ଫୋନ୍ ଚାର୍ଜ କରନ୍ତୁ ନାହିଁ ।
-ଚାର୍ଜ ସଂପୂର୍ଣ୍ଣ ହେବା ପରେ ବି ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜରେ ବସାନ୍ତୁ ନାହିଁ ।
-ସର୍ବନିମ୍ନ ୮୦ ପ୍ରତିଶତ ଚାର୍ଜ ପୂର୍ବରୁ ଚାର୍ଜରରୁ ଫୋନ୍ କାଢ଼ନ୍ତୁ ନାହିଁ ।
-ବ୍ୟାଟେରୀ ୨୦ ପ୍ରତିଶତରୁ କମ୍ ହେଲେ ଯାଇ ଚାର୍ଜ କରନ୍ତୁ ।
-କମ୍ପ୍ୟୁଟର୍ କିିମ୍ବା ଲାପଟପରୁ ଡାଟା କର୍ଡ ସଂଯୋଗ କରି ଚାର୍ଜ କରନ୍ତୁ ନାହିଁ ।