ମୂଷା ଛୁଆଙ୍କ ମୃତ ଶରୀରରୁ ପ୍ରସ୍ତୁତ ହୁଏ ଏହି ୱାଇନ୍ ! ଜାଣନ୍ତୁ ଏଭଳି ଆଉ କିଛି ଡ୍ରିଙ୍କସ୍ ବିଷୟରେ ।

56

ଆପଣ କେବେ ଅଜବ ନାଁ ଥିଲାଭଳି ଡ୍ରିଙ୍କସ୍ ପିଇଛନ୍ତି ଯଦି ନାଁ ତେବେ ଆମେ ଆପଣଙ୍କୁ ଆଜି ଏଭଳି କିଛି ଅଜବ ଡ୍ରିଙ୍କସ୍ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ପିଇବାତ ଦୂରର କଥା ଆପଣ ଦେଖିବାକୁ ପସନ୍ଦ କରିବେ ନାହିଁ । ୧. ବିଲ୍କ (ବ୍ରିଉ) : ଏହା ଏଭଳି ଏକ ଡ୍ରିଙ୍କସ୍ ଯାହା କ୍ଷୀର ଏବଂ ବିୟରର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ । ଏହି ଡ୍ରିଙ୍କରେ ଏକ-ତୃତୀୟାଂଶ ବିୟର୍ ଥିବାବେଳେ ବାକି କ୍ଷୀର ଥାଏ । ଏହାର ଫଳଭଳି ସ୍ୱାଦଯୁକ୍ତ ହୋଇଥାଏ ଯାହାକୁ ମହିଳ ।ମାନେ ପିଇବାକୁ ପସନ୍ଦ କରନ୍ତି ।
୨. ବେବି ମାଇସ୍ ୱାଇନ୍ : ଛୋଟ ମୂଷାଙ୍କୁ ଗ୍ରାଇଣ୍ଡି କରି ଏହି ୱାଇନକୁ ପ୍ରସ୍ତୁତ କରାଯାଏ । ଶ୍ୱାସ ରୋଗୀଙ୍କ ପାଇଁ ଏହି ୱାଇନ୍ ଉପଯୁକ୍ତ ସାବ୍ୟସ୍ତ ହୋଇଥାଏ । ଏହାସହ ଯକୃତ ପାଇଁ ମଧ୍ୟ ଏହା ଖୁବ୍ ଭଲ ହୋଇଥାଏ । ଏହି ୱାଇନକୁ ଚୀନ୍ ଏବଂ କୋରିଆରେ ପିଆ ଯାଇଥାଏ ।
୩. କମ୍ବୁଚା : ଗ୍ରୀନ୍ ଟି ଏବଂ ବ୍ଲାକ୍ ଟିର ମିଶାଗୋଳା ମିଶ୍ରଣ ହେଉଛି କମ୍ବୁଚା ଡ୍ରିଙ୍କ୍ । ଏହି ଡ୍ରିଙ୍କ୍ ମିଠା ଲାଗିଥାଏ । ଶ୍ୱାସ, ଡାଇବେଟିଜ୍, ଇନ୍ସୋମାନିଆ ରୋଗୀମାନଙ୍କ ପାଇଁ ଏହି ଡ୍ରିଙ୍କସ୍ ଖୁବ୍ ଭଲ ହୋଇଥାଏ । ଏହି ଡ୍ରିଙ୍କ୍ ହାଲୁକା ଥଣ୍ଡା ଏବଂ କାବ୍ରୋହାଇଡ୍ରେଟ୍ ହୋଇଥାଏ ।
୪. ଇଫେକ୍ଟିଭ୍ ହ୍ୱାଇଟ୍ ହେଡ୍ ସଟ୍ : ଏହି ଡ୍ରିଙ୍କସ୍ ଦେଖିଲା ବେଳେ ଏମିତି ଲାଗେ ଯେଭଳି କ୍ଷୀରକୁ ହାର୍ଡ ଡ୍ରିଙ୍କରେ ମିକ୍ସ କରାଯାଇଛି । ଏହି ଡ୍ରିଙ୍କରେ ଭୋଡକା ଏବଂ କ୍ଷୀର ସମପରିମାଣରେ ମିକ୍ସ ହୋଇଥାଏ ।
ଗବେଷକ ଗବେଷଣା କରି ଏହି ଡ୍ରିଙ୍କସ୍ ଉପରେ ଅଧିକ ଜାନକାରୀ ଦେଇଛନ୍ତି ।