ମହାପଞ୍ଚାୟତରେ ଗର୍ଜିଲେ ଚାଷୀ ନେତା ଟିକାୟତ । କହିଲେ, ୪ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାରିବ ।

168

କନକ ବ୍ୟୁରୋ: କୁରୁକ୍ଷେତ୍ରର ପିହୋବାରେ ମଙ୍ଗଳବାର କୃଷକ ମହାପଞ୍ଚାୟତରେ ସମ୍ବୋଧନ କରି ବଡ ବୟାନ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ଏ ଆନ୍ଦୋଳନ ଆଗକୁ ବଢିବ ଏବଂ ପୂରା ଦେଶରେ ଖେଳିବ । ୪ ଲକ୍ଷ ନୁହେଁ ବଂର ଚାଷୀମାନେ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ରାକେଶ ଟିକାୟତ କହିଛନ୍ତି ।

ମଙ୍ଗଳବାର ମହାପଞ୍ଚାୟତରେ ରାକେଶ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏବଂ ଏହି ଟ୍ରାକ୍ଟର ରାଲି କଥା ଉଲ୍ଲେଖ କରିଛନ୍ତି । ନିଜ ସମ୍ବୋଧନ ରଖିବା ପରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ରାକେଶ ଟିକାୟତ କହିଛନ୍ତି, ପ୍ରଧାନମନ୍ତ୍ରୀ  ତାଙ୍କ ଜୀବନରେ କଦାପି ଆନ୍ଦୋଳନ କରିନାହାନ୍ତି । ସେ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସହୀଦ ଭଗତ ସିଂହ ଏବଂ ଲାଲକୃଷ୍ଣ ଆଡଭାନୀ ଆନ୍ଦୋଳନ କରିଛନ୍ତି ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀ ମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି । ଏ ଭିତରେ ଚାଷୀ-ସରକାରଙ୍କ ଭିତରେ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନି । କେନ୍ଦ୍ର ସରକାର କେବଳ ଏହି ନୂଆ ଆଇନରେ ସଂଶୋଧନ ପାଇଁ ରାଜିଥିବାବେଳେ ଚାଷୀ ନେତାମାନେ ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରୁଛନ୍ତି ।