ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବା ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା।

102

କନକ ବ୍ୟୁରୋ : ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।

୨୦୧୯-୨୦ ଶିକ୍ଷାବର୍ଷ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ପିଲାଙ୍କୁ ଚଳିତ ୨୦୨୧ ମେ ମାସରେ ମାଟ୍ରିକ ବୋର୍ଡ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଫର୍ମ ପୂରଣ ତାରିଖ ବଢ଼ାଇବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତାକାଲି ଗୋଟିଏ ଦିନରେ ଯଦି ସମ୍ପୂର୍ଣ୍ଣ ଫର୍ମ ପୂରଣ ହୋଇ ନ ପାରିଲା ତେବେ ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା କରି ଆଉ ଦୁଇ ଦିନ ବୃଦ୍ଧି କରାଯିବା ନେଇ ପଦକ୍ଷେପ ନିଆଯାଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି ।