ବିକାଶ ଉତ୍ସବକୁ ଦିଲ୍ଲୀପଙ୍କ ନା

29

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ରାଉରକେଲା ବିକାଶ ଉତ୍ସବରେ ଯୋଗ ଦେବେନାହିଁ ବିଧାୟକ ଦିଲ୍ଲୀପ ରାୟ । ଆସନ୍ତା ୬ ତାରିଖରେ ରାଉରକେଲାରେ ବିଜୟ ଉତ୍ସବ ପାଳୁଛନ୍ତି କେନ୍ଦ୍ର ସରକାର । ଏଥିରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏନଡିଏ ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ଏହି ଉତ୍ସବ ପାଳନ କରାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି, ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇନଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ । ରାଉରକେଲା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚର ଉନ୍ନତିିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ବ୍ରାହ୍ମଣୀ ବ୍ରିଜ କାମ ଆଗେଇଥିବାବେଳେ ଆଇଜିଏଚକୁ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ ତଥା ମେଡିକାଲ କଲେଜରେ ପରିଣତ କରିବାର କାମ ଆଦୌ ଆଗେଇ ନାହିଁ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ । କହିଛନ୍ତି, ଏପର୍ଯ୍ୟନ୍ତ କେବଳ ଏକ କନସଲଟାଂଟ ବଛାଯାଇଛି । ତେବେ କନସଲଟାଂଟ ରିପୋର୍ଟକୁ ଅନୁମୋଦନ ପାଇଁ ମାତ୍ର ୨ରୁ ୩ ମାସ ସମୟ ଲାଗୁଥିବାବେଳେ ଏଥିରେ ୧୪ ମାସ ବିଳମ୍ବ ହେଲାଣି । ଏନେଇ ସେ ବିଭାଗୀୟ ମନ୍ତ୍ରୀଙ୍କୁ ବାରମ୍ବାର ଭେଟିଥିଲେ ମଧ୍ୟ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ଦିଲ୍ଲୀପଙ୍କ ସହ ସ୍ୱର ମିଳାଇଛନ୍ତି ଜୁଏଲ ଓରାମ ।