ଜଣେ ଯୁବତୀଙ୍କ ପାଇଁ ବିଷ ପିଇଲେ ୫ ଯୁବକ

21

ଯାଜପୁର : ଜଣେ ଯୁବତୀଙ୍କ ପାଇଁ ବିଷ ପିଇଲେ ୫ ଯୁବକ । ଏଭଳି ଘଟଣା ଘଟିଛି ଯାଜପୁର ବରୀ ଥାନା କଳାମାଟିଆ ଅଂଚଳରେ । ଜଣକ ପ୍ରେମ ସଂପର୍କ ଅନ୍ୟ ଜଣକୁ ଅଜଣା ଥିଲା । ଆଉ ଯେତେବେଳେ ଜାଣିଲେ ସମସ୍ତେ ଗୋଟିଏ ଝିଅକୁ ଭଲ ପାଉଛନ୍ତି କେହି କାହାର ଭଲ ପାଇବାକୁ ଭୁଲିବାକୁ ପ୍ରସ୍ତୁତ ନଥିଲେ । ଶେଷରେ ପ୍ରସ୍ତୁତ ହୋଇଥିଲେ ନିଜ ଜୀବନ ଓ ଭଲ ପାଇବାକୁ ବାଜି ଲଗାଇବାକୁ । ଜଣେ ଝିଅ ପାଇଁ ଏହି ୫ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ପଛେଇ ନଥିଲେ । ଏବେ ୫ ଜଣ ଯୁବକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି । ଏଭଳି ଏକ ଅଭାନୀୟ ଘଟଣା ସଂପୃକ୍ତ ଅଂଚଳରେ ଚର୍ଚ୍ଚାରେ ବିଷୟ ହୋଇଛି ।