ସ୍ଲିମ୍ ନିଶାରେ ସୁନ୍ଦରୀ ଦୀପିକା

73

fit_dips_1_1368598032_600x450ଦୈନନ୍ଦିନ ଜୀବନରେ ନିୟମିତ ଯୋଗାଭ୍ୟାସ ଓ ଏକ୍ସରସାଇଜର ବିଶେଷ ଗୁରୁତ୍ୱ ରହିଛି । ଏହି କାରଣରୁ ସାରା ବିଶ୍ୱରେ ଏବେ ଏ ସବୁର ଆଦୃତି ବଢ଼ି ବଢ଼ି ଚାଲିଛି । ଅତ୍ୟାଧୁନିକ ଜୀବନଶୈଳୀରେ ଯୋଗାଭ୍ୟାସ ଓ ନିୟମିତ ବ୍ୟାୟାମ୍ ରୁଟିନ୍ କାର୍ଯ୍ୟ ପରି ସ୍ଥାନ ପାଇଛି । କେହି କେହି ଏଥିପାଇଁ ଯୋଗକେନ୍ଦ୍ର ଯାଇ ଯୋଗାଭ୍ୟାସ କରୁଥିବା ବେଳେ ଆଉ କେହି ନିଜ ଘରେ ବିଭିନ୍ନ ଉପକରଣ ବ୍ୟବହାର କରି ଏକ୍ସରସାଇଜ୍ କରୁଛନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହାକୁ ମିଳିଛି ଗୁରୁତ୍ୱ । ତେବେ ଏହା ତ ସାଧାରଣ ଓ ସ୍ୱାଭାବିକ କଥା । କିନ୍ତୁ କଥା ଉଠେ ଯେତେବେଳେ ରୂପେଲି ପରଦାର ସେତେବେଳେ ଅତ୍ୟନ୍ତ ଜରୁରୀ ହୋଇପଡ଼େ ଶାରୀରିକ ସୁସ୍ଥତା । ବଡ଼ି ଫିଟ୍ ତ କ୍ୟାରିୟର୍ ହିଟ୍ । ଏ କଥା ଭଲଭାବେ ଜଣା ବଲିଉଡ୍ ବିଉଟି ମାନଙ୍କୁ । ସେଥିପାଇଁ ନିୟମିତ ଯୋଗାଭ୍ୟାସ୍ ଓ ବ୍ୟାୟାମ୍ ଉପରେ ଗୁରୁତ୍ୱ ଦେବା ଅଭିନେତ୍ରୀ ମାନଙ୍କ ପାଇଁ ସାଧାରଣ କଥା । ତେବେ କାହାକୁ ଜଣା ଥାଉ ବା ନଥାଉ ଦୀପିକାଙ୍କୁ ଭଲ ଭାବେ ମାଲୁମ୍ ଏହି କଥା ।

659063

ହିଟ୍ ପାଇଁ ଫିଟ୍ ଫର୍ମୁଲା । ସାଇଜ୍ ଜିରୋ ନହେଲେ ହାତରୁ ହଜିଯିବ ହଲିଉଡ୍ ଟିକେଟ୍ । ତେଣୁ ଭିନ୍ ଡିଜେଲଙ୍କ ହଲିଉଡ୍ ସିନେମା ଟ୍ରିପଲ୍ ଏକ୍ସ ପାଇଁ ବଲିଉଡ୍ ବିଉଟି ଦୀପିକା ପାଦୁକୋନ୍ ଜିମରେ କରୁଛନ୍ତି ଜି ତୋଡ୍ ମେହେନତ୍ । ପାୱାର୍ ଲିଫ୍ଟିଂରୁ ଆରମ୍ଭ କରି ପୁଶ୍ ଅପ୍ ପର୍ଯ୍ୟନ୍ତ ସବୁକିଛି କରୁଛନ୍ତି ଏହି ଡିମ୍ପଲ୍ ବିଉଟି । କେବଳ ଏତିକି ନୁହଁ ଶରୀରକୁ ଆଗଠାରୁ ଆକର୍ଷଣୀୟ କରିବାକୁ ଘଂଟା ଘଂଟା ଧରି କରୁଛନ୍ତି ୱାର୍କ୍ ଆଉଟ୍ । ସ୍ୱତନ୍ତ୍ର ପ୍ରଶିକ୍ଷକ ୟାସ୍ମିନ୍ କରାଚିୱାଲାଙ୍କ ବିଶେଷ ତତ୍ୱାବଧାନରେ ଦୀପିକା କରୁଛନ୍ତି ଅଲଗା ଅଲଗା ପ୍ରକାରର ଏକ୍ସରସାଇଜ୍ । ଦୀର୍ଘ ସମୟ ଧରି ଝାଳ ବୁହାଇବା ପରେ ମଧ୍ୟ ଦୀପିକା ଥକି ପଡ଼ୁନଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ସୁଇଟ୍ ସୁନ୍ଦରୀ ଦୀପିକା ପାଦୁକୋନଙ୍କର ଏହି ୱାର୍କ୍ ଆଉଟ୍ ଭିଡ଼ିଓ ଇଂଟରନେଟରେ ଉପଲବ୍ଧ ହେବାପରେ ଏହା ଅସମ୍ଭବ ଭାବେ ଭାଇରାଲ୍ ହେବାରେ ଲାଗିଛି । ସୂଚନାଯୋଗ୍ୟ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି ଦୀପିକାଙ୍କର ପର୍ସନାଲ୍ ଟ୍ରେନର୍ ୟାସ୍ମିନ୍ କରାଚିୱାଲା । ଦୀପିକା ପାଦୁକୋନ୍ ସବୁବେଳେ ବିଶ୍ୱାସ କରନ୍ତି ଫିଟନେସରେ । କାରଣ ବ୍ୟାଡମିଂଟନ୍ ଖେଳରେ ମାହିର୍ ଦୀପିକା ଅନେକ ଆଗରୁ । ପୂର୍ବରୁ ଖେଳ ପାଇଁ ଫିଟ୍ ରହିବାକୁ ପଡୁଥିବା ବେଳେ ଏବେ ହଲିଉଡ୍ ଆସାଇନମେଂଟ୍ ପାଇଁ ଦୀପିକା ପାଦୁକୋନ୍ ଆପଣାଇଛନ୍ତି ଫିଟ୍ ହିଟ୍ ଫଣ୍ଡା ।