ସିବିଆଇ ବନାମ ଭିଜିଲାନ୍ସ : ଭିଜିଲାନ୍ସ ଜାଲରେ କେନ୍ଦ୍ର ମନ୍ତ୍ରୀଙ୍କ ଭାଇ

32

କନକ ବ୍ୟୁରୋ : ସିବିଆଇ ବନାମ ଭିଜିଲାନ୍ସ । ଚିଟଫଣ୍ଡ ଠକେଇ ନେଇ ଦୀର୍ଘ ଦିନ ପରେ ସିବିଆଇ ଚେଇଁ ଉଠିଥିବାବେଳେ ରାଜ୍ୟରେ ଭିଜିଲାନ୍ସ ମଧ୍ୟ ସକ୍ରୀୟ ହୋଇଉଠିଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ର ପ୍ରଧାନଙ୍କ ଗ୍ୟାସ ଗୋଦାମ ଉପରେ ଭିଜିଲାନ୍ସ ଚଢାଉ କରିଛି ।

ହାଣ୍ଡିଧୁଆଠାରେ ଥିବା ସୌମେନ୍ଦ୍ରଙ୍କ ଗ୍ୟାସ ଗୋଦାମ ସହ ୫ଟି ସ୍ଥାନରେ ଯାଂଚ କରୁଛି କଟକ ଭିଜିଲାନ୍ସ ଟିମ୍ । ଗୋଟିଏ ପଟେ ଚିଟଫଣ୍ଡ ଠକେଇ ନେଇ ସିବିଆଇ ତତ୍ପର ହୋଇଉଠିଥିବାବେଳେ ଏପଟେ ରାଜ୍ୟରେ ଭିଜିଲାନ୍ସ ତତ୍ପର ହୋଇଉଠିଛି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :