ହନୁମାନଙ୍କ ଜାତିକୁ ନେଇ ଯୋଗିଙ୍କ ବୟାନ ପରେ ତେଜିଲା ବିବାଦ ! ହନୁମାନଙ୍କ ପ୍ରମାଣପତ୍ର ତିଆରି ପାଇଁ ଜିଲ୍ଲା ପ୍ରଶାସନକୁ ଆବେଦନ କଲେ ସମାଜବାଦି ପାର୍ଟି । 

ହନୁମାନଙ୍କ ଜାତି ନେଇ ଯୋଗୀ ଆଦିତ୍ୟନାଥଙ୍କ ବୟାନ ସାରା ରାଜ୍ୟରେ ଏକ ଅସନ୍ତୋଷର ମାହୋଲ ସୃଷ୍ଟି କରିଛି ।

197

ଭାଗବାନ ହନୁମାନଙ୍କ ଜାତି ନେଇ ରାଜସ୍ଥାନରେ ଚାଲିଥିବା ବିବାଦ ଥମିବାର ନା ନେଉନାହିଁ । ହନୁମାନଙ୍କ ଜାତି ନେଇ ଯୋଗୀ ଆଦିତ୍ୟନାଥଙ୍କ ବୟାନ ସାରା ରାଜ୍ୟରେ ଏକ ଅସନ୍ତୋଷର ମାହୋଲ ସୃଷ୍ଟି କରିଛି । ଏଥି ସବୁ ମଧ୍ୟରେ ବାରଣାସୀରେ ସମାଜବାଦି ପାର୍ଟି ତରଫରୁ ଜିଲ୍ଲା ପ୍ରଶାସନକୁ ହନୁମାନଙ୍କ ଜାତି ପ୍ରମାଣ ପତ୍ର ତିଆରି କରିବା ପାଇଁ ଆବେଦନ କରାଯାଇଛି ।

ସୂଚନା ଅନୁଯାୟୀ, ରାଜସ୍ଥାନ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଙ୍କ ଜାତିକୁ ନେଇ ବିବାଦିୟ ବୟାନ ଦେଇଥିଲେ । ସେ କହିଥିଲେ ହନୁମାନ ହେଉଛନ୍ତି ଦଳିତ । ଯାହାକୁ ନେଇ ବିପକ୍ଷ ଦଳ ଉତ୍ୱେଜିତ ହୋଇଉଠିଛନ୍ତି  । ଏହାକୁ କେନ୍ଦ୍ର କରି ବାରଣାଶୀରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଜିଲ୍ଲା ପ୍ରଶାସନଙ୍କ ନିକଟରେ ହନୁମାନଙ୍କ ଜାତି ପ୍ରମାଣ ପତ୍ର ତିଆରି କରିବାକୁ ଆବେଦନ କରିଛନ୍ତି । ଏହି ଆବେଦନ ପତ୍ରରେ ମା’ଙ୍କ ନାଁ ଅଞ୍ଜନୀ ଏବଂ ଠିକଣା ବିଶ୍ୱ ବିଖ୍ୟାତ ସଂକଟ ମୋଚନ ବୋଲି କୁହାଯାଇଛି । ଆବେଦନ ଗ୍ରହଣ କରାଯିବା ପରେ ସମସ୍ତେ କହିଛନ୍ତି ବିଜେପି ଜାତିକୁ ନେଇ ରାଜନିତୀ କରୁଛି । ଏବେ ବିଜେପିକୁ ତାଙ୍କରି ଶୈଳୀରେ ଯବାବ ଦିଆଯିବ ବୋଲି କହିଛନ୍ତି ବିପକ୍ଷ ଦଳ ନେତା । ସବୁଠାରୁ ବଡ କଥା ହେଲା ଯୋଗୀ ଆଦିତ୍ୟନାଥଙ୍କ ଏହି ବିବାଦିୟ ବୟାନ ପରେ ଦଳିତମାନେ ସଂଙ୍ଘବଦ୍ଧ ହୋଇ ମୁଜାଫରରେ ହନୁମାନଙ୍କ ମନ୍ଦିରକୁ କବଜା କରି ରଖିଛନ୍ତି । ଆଉ କହିଛନ୍ତି ଯଦି ହନୁମାନ ଦଳିତ ତେବେ ଭଗବାନ ବଜରଙ୍ଗବଲିଙ୍କ ଉପରେ ଦଳିତଙ୍କ ପ୍ରଥମ ଅଧିକାର ରହିଛି ।