ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକିଂ କରୁଛନ୍ତି କି ? ସାବଧାନ , ଏହା ହାନିକାରକ ହୋଇପାରେ !

131

ପିଲାଙ୍କ ପାଇଁ ସ୍କୁଲ୍ ଲଂଚ ପ୍ୟାକ୍ କରିବା ବା ଅଫିସକୁ ଗଲାବେଳେ ଖାଦ୍ୟ ନେବାପାଇଁ ସମସ୍ତେ ଆଲୁମିନିୟମ ଫଏଲର ଅଧିକ ବ୍ୟବହାର କରିଥାନ୍ତି । ଆପଣ ଜାଣନ୍ତି ଏହା ବହୁତ ହାନିକାରକ ଅଟେ । ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକିଂ କଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହା ଆମେ କହୁନୁ ବିଶେଷଜ୍ଞଙ୍କ ମତ । ଆସନ୍ତୁ ଏହି ବିଷୟରେ ଜାଣିବ ।

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଭିତରେ ଖାଇବା ପିଇବାରେ ଲୋକଙ୍କର ବହୁତ ପରିବର୍ତ୍ତନ ଆସିଛି । ଖାଦ୍ୟ ପ୍ରସ୍ତୁତି ଠାରୁ ନେଇ ପ୍ୟାକିଂ କରିବାର ତରିକା ମଧ୍ୟ ବଦଳି ସାରିଛି । ପ୍ରଥମେ ଆମେ ଯେଉଁଠି କପଡା ବା କାଗଜରେ ଖାଦ୍ୟ ପ୍ୟାକ୍ କରୁଥିଲୁ । ଆଜି ଏହି ସ୍ଥାନରେ ଆଲୁମିନିୟମ ଫଏଲ୍ ବ୍ୟବହାର କରୁଛେ । ପନିପରିବାରେ ତିଆରି ଖାଦ୍ୟ ହେଉ ବା ମାଂସ ସବୁକୁ ଆମେ ପ୍ୟାକିଂ କରୁଛେ ଏହି ଆଲୁମିନିୟମ ଫଏଲରେ ।

ବିଶେଷଜ୍ଞଙ୍କ ଅନୁସାରେ, ଦୀର୍ଘ ସମୟ ଧରି ଫଏଲରେ ଖାଦ୍ୟ ରଖିବା ଦ୍ୱାରା ଏହା ଖରାପ ହୋଇଯାଏ । ଆଉ ମଧ୍ୟ ଏହାର ପୋଷକ ତତ୍ତ୍ୱ ମରିଯାଏ । ବିଶେଷଜ୍ଞଙ୍କ କହିବା ମୁତାବକ, ଫଏଲରେ ଖାଦ୍ୟ ଗରମ କରିବା ଆହୁରି ମଧ୍ୟ କ୍ଷତିକାରକ ଅଟେ । ମସଲାଯୁକ୍ତ ଖାଦ୍ୟ ଏହାର ପ୍ରାର୍ଦୁଭାବ ସବୁଠୁ ଅଧିକା ହୋଇଥାଏ । ଏହି ପ୍ରକାରର ଖାଦ୍ୟ ଆଲୁମିନିୟମ ଫଏଲକୁ ଭଲ ଭାବରେ ଅବଶୋଷିିତ କରିନିଏ । ଏବଂ ଫଏଲରେ ଥିବା ହାନିକାରକ ରସାୟନ ଭୋଜନରେ ମିଶିଯାଏ ।

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ – ଆଲୁମିନିୟମ ଫଏଲରେ ଖାଦ୍ୟ ବନେଇବା ବା ପ୍ୟାକ୍ କରିବା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । କିଛି ରିସର୍ଚ୍ଚରୁ ଏହି କଥାର ଖୁଲାସା ମଧ୍ୟ ହୋଇଛି କି ଆଲୁମିନିୟମ ବୁଦ୍ଧିର ବିକାଶରେ ପ୍ରଭାବିତ କରିପାରେ । ଯେଉଁ ଲୋକଙ୍କୁ ହାଡ ସମ୍ବନ୍ଧୀୟ ରୋଗ ପ୍ରଥମରୁ ଅଛି , ସେମାନଙ୍କ ପାଇଁ ଏହା ଆହୁରି ମଧ୍ୟ କ୍ଷତିକାରକ ଅଟେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ଫଏଲରେ ତିଆରି ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ଆଲୁମିନିୟମ ଶୋଷି ନେଇଥାଏ । ମସଲାଯୁକ୍ତ ଖାଦ୍ୟ ପାଇଁ ଏହା ଅଧିକ କ୍ଷତିକାରକ ଅଟେ । କିଛି ବିଶେଷଜ୍ଞ କୁହନ୍ତି ଯଦି ଆମର ଶରୀରରେ ଆଲୁମିନିୟମର ମାତ୍ରା ବଢିଯାଏ , ତ ଏହାର ଗମ୍ଭୀର ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡିଥାଏ । ଏହାଦ୍ୱାରା ମସ୍ତିଷ୍କର କୋଷିକାଗୁଡିକର ବୃଦ୍ଧି ରହିଯାଏ । ଯେଉଁ କାରଣରୁ ସ୍ମରଣ ଶକ୍ତି କମିଯିବା ସମସ୍ୟା , ଚିନ୍ତନ ଶକ୍ତି ଦୁର୍ବଳ ହୋଇଯିବା ଭଳି ସମସ୍ୟା ଦେଖାଯାଏ ।

ଶରୀରରେ ଆଲୁମିନିୟମର ମାତ୍ରା ବୃଦ୍ଧି ଯୋଗୁଁ ହାଡ ଦୁର୍ବଳ ହେବା , ରୋଗ ପ୍ରତିରୋଧକ କ୍ଷମତା କମି ଯିବା ଭଳି ସମସ୍ୟା ହୋଇପାରେ । ଅଲଜାଇମର ରୋଗର କାରଣ ଏହି ଆଲୁମିନିୟମ ଅଟେ ।

( ସୌଜନ୍ୟ- ଅମର ଉଜାଲା )