ଆପଣଙ୍କ ଭଏସ୍ ଯୋଗେ କେମିତି କରିବେ ସ୍ମାର୍ଟଫୋନ୍ ଅନଲକ୍ ? ଜାଣନ୍ତୁ ଏହି ୪ଟି ଷ୍ଟେପ୍

41

ସାଧାରଣତଃ ସ୍ମାର୍ଟଫୋନଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଆଜିକାଲି ସ୍ମାର୍ଟଫୋନ୍ ନିର୍ମାତା କଂପାନିମାନେ ନୂଆ-ନୂଆ ଫିଚର୍ସ ଯୋଡ଼ି ଦେଉଛନ୍ତି। ପୂର୍ବରୁ କେବଳ ନମ୍ବର ମାଧ୍ୟମରେ ଲକ୍ ହେଉଥିବା ସ୍ମାର୍ଟଫୋନ୍, ଆଜିକାଲି ଫିଙ୍ଗରପ୍ରିଂଣ୍ଟ୍ ସ୍କାନର୍, ଫେସ୍ ଅନଲକ୍ ଭଳି ଫିଚର୍ସ ଦ୍ୱାରା ଲକ୍ ହେଉଛି। ବର୍ତ୍ତମାନ ଆଇଫୋନ୍ ନିଜ ସ୍ମାର୍ଟଫୋନର ସୁରକ୍ଷାକୁ କଡ଼ାକଡ଼ି କରାଇବା ନିମନ୍ତେ ରେଟିନା ସ୍କାନିଂଙ୍ଗ୍ ଭଳି ଫିଚର୍ସ ଆଣିଛି। ଯେଉଁ କାରଣକୁ ନେଇ ଅଧିକତମ ସ୍ମାର୍ଟଫୋନ୍ ନିର୍ମାତା ଏବେ ବାୟୋମେଟ୍ରିକ୍ ଲକ୍ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ହେଲେ ଏବେ ଏହି ଫିଚର୍ସ ବ୍ୟତୀତ ଏମିତି ଆଉ ଏକ ଫିଚର୍ସ ଆସିଛି ଯାହା ମାଧ୍ୟମରେ ବ୍ୟକ୍ତି କେବଳ କଥା କହି ବି ନିଜର ସ୍ମାର୍ଟଫୋନକୁ ଅନଲକ୍ କରିପାରିବ। ଅର୍ଥାତ୍ ଆପଣ ଯେମିତି ହିଁ ନିଜର ନାମ କହିବେ ତୁରନ୍ତ ହଁସ ଆପଣଙ୍କ ଫୋନର ଲକ୍ ଖୋଲିଯିବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ‘ଭଏସ୍ ଲକ୍ ଆପ୍’ଟି ସ୍ମାର୍ଟଫୋନ୍ ମଧ୍ୟରେ ପ୍ରି-ଇନଷ୍ଟଲ୍ଡ ହେଉନଥିବା ଜଣାଯାଇଛି। ତେଣୁ ଏ ନେଇ ପ୍ରଥମତଃ ଆପଣଙ୍କୁ ‘ଭଏସ୍ ଲକ୍ ସ୍କ୍ରିନ୍ ଆପ୍ ନାମକ ଏକ ଆପକୁ ‘ଗୁଗୁଲ୍ ପ୍ଲେ ଷ୍ଟୋର୍’ରୁ ଡ଼ାଉନଲୋଡ଼ କରିବାକୁ ହେବ। ତେବେ ଏହି ଆପକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା କିଛି ସୋପାନକୁ ଅନୁସରଣ କରିବାକୁ ପଡ଼ିବ।

• ସର୍ବପ୍ରଥମେ ଆପଣ ଏହି ଆପ୍ କୁ ଇନଷ୍ଟଲ୍ କରିବା ସହିତ ‘ଭଏସ୍ ଆସିଷ୍ଟାଣ୍ଟ୍’ଉପରେ କ୍ଲିକ୍ କରନ୍ତୁ।

• ଏବେ ଆପଣଙ୍କୁ ଏଠାରେ ଏକ ‘ଭଏସ୍ କମାଣ୍ଡ୍’ଦେଇ ଦୁଇଥର ପାର୍ସଓ୍ଵାର୍ଡ କୁ ସେଟ୍ କରିବାକୁ ହେବ।

• ତେବେ ବ୍ୟାକଅପ୍ କରିବାକୁ ହେଲେ ଆପଣଙ୍କୁ ଏଠାରେ ନମ୍ବର ବାଲା ପାସଓ୍ଵାର୍ଡ ବି ଦେବାକୁ ପଡ଼ିବ।

• ଏହାପରେ ଆପଣଙ୍କ ସେଟିଙ୍ଗ୍ ଆପ୍ଲାଇ ହେବା କ୍ଷଣି ହିଁ ‘ଭଏସ୍ ପାସଓ୍ଵାର୍ଡ ଟି ସେଟ୍ ହୋଇଯିବ।

• ଏଥିସହିତ ଏହି ସ୍ମାର୍ଟଫୋନ୍ ଟି ଆପଣଙ୍କ କଣ୍ଠସ୍ୱର ଶୁଣିବା କ୍ଷଣି ହିଁ ଆପେଆପେ ଅନଲକ୍ ହୋଇଯିବ।

ସୂଚନା ଅନଯାୟୀ,‘ଗୁଗୁଲ୍ ପ୍ଲେ ଷ୍ଟୋର୍’ରେ ରହିଥିବା ଏହି ଆପର ସାଇଜ୍ ୭.୫ ଏମବି ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ୧ ମିଲିଅନ୍ ଅର୍ଥାତ୍ ୧୦ ଲକ୍ଷରୁ ଅଧିକ ଥର ମଧ୍ୟ ଏହା ଇନଷ୍ଟଲ୍ ହୋଇସାରିଲାଣି। ଏହି ଆପକୁ ବି ଆପଣ ଆଣ୍ଡ୍ରଏଡ୍ ଭର୍ସନ୍ ୩.୦ ବା ତା’ଠାରୁ ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ମଧ୍ୟରେ ଇନଷ୍ଟଲ୍ କରିପାରନ୍ତି ।