କରୋନାର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ବୟାନ : ରଣଦୀପ ଗୁଲେରିଆ କହିଲେ,୭୦% ଅଧିକ ସଂକ୍ରମଣ ନୂଆ ଭୁତାଣୁ

ଦେଶର ସ୍ୱାସ୍ଥ୍ୟସେବା ଉପରେ ପଡ଼ିପାରେ ପ୍ରଭାବ, ଅଧିକ ସର୍ତକତା ଜରୁରୀ

98

କନକ ବ୍ୟୁରୋ : ଦେଶରେ ଚିନ୍ତା ବଢ଼ାଉଛି ବ୍ରିଟେନର ନୂଆ ଷ୍ଟ୍ରେନ । ନୂଆ ଷ୍ଟ୍ରେନର ୨୦ ମାମଲା ସାମ୍ନାକୁ ଆସିଛି । ଏଥିରେ ଦେଶରେ ସଂକ୍ରମଣ ଦ୍ର୍ରୁତ ଗତିରେ ବଢ଼ିବାର ଆଶଙ୍କା କରାଯାଉଛି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ବୟାନ ଚିନ୍ତାକୁ ଦୁଇଗୁଣ ବଢ଼ାଇ ଦେଇଛି । ଗୁଲେରିଆ କହିଛନ୍ତି ନୂଆ ଷ୍ଟ୍ରେନ ବହୁତ ସଂକ୍ରାମକ, ଅଧିକ ସାବଧାନ ଅବଲମ୍ବନ କରିବାକୁ ପଡ଼ିବ । ନୂଆ ଷ୍ଟ୍ରେନ ପାଇଁ ଭାରତକୁ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ । ଯାହା ପାଇଁ ସରକାର ମଧ୍ୟ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ।

ବ୍ରିଟେନରୁ ଆସୁଥିବା ସମସ୍ତ ବିମାନଙ୍କୁ ରଦ୍ଦ କରିବା ସହ ଅନେକ ପଦକ୍ଷେପ ନେଇଛନ୍ତି । ଏପରିକି ଗୁଲେରିଆ କହିଛନ୍ତି କରୋନା ଭୂତାଣୁ ବିଶ୍ୱର ଅନେକ ସ୍ଥାନରେ ନିଜ ରୁପ ବଦଳାଇଛି । ବ୍ରିଟେନ କରୋନ ଭୂତାଣୁର ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଥିବା ବେଳେ ଏହା ଦୃତ୍ର ଗତିରେ ବଢ଼ୁଛି । ଯଦି ଦେଶରେ ନୂଆ ଷ୍ଟ୍ରେନ ଦ୍ର୍ରୁତ ଗତିରେ ବଢ଼େ ତେବେ ଏହା ଉପରେ ବଡ଼ ପଦକ୍ଷେପ ନେବାକୁ ପଡ଼ିବ । ଏହା ସହ ସେ କହିଛନ୍ତି ଏବେ ଭାରତରେ କରୋନାକୁ ନେଇ ସ୍ଥିତି ବହୁତ ଭଲ ରହିଛି । ଦୈନିକ ସଂକ୍ରମକ ମାମଲା ମଧ୍ୟ କମିଛି । କରୋନାରେ ସୁସ୍ଥ ସଂଖ୍ୟା ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା କମିଛି ।