କେନ୍ଦୁଝର ସୋମଗିରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଗଛରେ ପିଟି ହୋଇ ୧୦ ଫୁଟ ତଳକୁ ଖସିପଡ଼ିଲା ବୋଲେରୋ

ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ, ମୟୁରଭଞ୍ଜରୁ ହରିଚନ୍ଦନପୁର ଆସୁଥିଲେ ଗୋରୁ ବ୍ୟବସାୟୀ

84

କନକ ବ୍ୟୁରୋ : କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଗଲା ବୋଲେରୋ । ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ସୂଚନାମୁତାବକ, ମୟୂରଭଂଜରୁ କେନ୍ଦୁଝର ହରିଚନ୍ଦନପୁର ଆସୁଥିଲା ଏହି ବୋଲେରୋ ।

ପଣ୍ଡାପଡ଼ା ଥାନା ସମଗିରି ନିକଟରେ ଭାରାସାମ୍ୟ ହରାଇ ପ୍ରଥମେ ଗଛରେ ଧକ୍କା ଦେଇଥିଲା, ପରେ ୧୦ ଫୁଟ ତଳକୁ ଖସି ଯାଇଥିଲା ବୋଲେରୋ । ଘଟଣା ସ୍ଥଳରେ ୪ଜଣମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପଣ୍ଡାପଡ଼ା ପୋଲିସ ପହଂଚି ଗୁରୁତର ଆହତଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହି ଗାଡ଼ିରେ ୧୧ଜଣ ଗୋରୁ ବ୍ୟାପାରୀ ଥିବା ଜଣାପଡ଼ିଛି ।