ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ : ଭର୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଚର୍ଚ୍ଚା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅଫଲାଇନ୍ ପରୀକ୍ଷା ଉପରେ ଦିଆଯାଉଛି ଗୁରୁତ୍ୱ

248

କନକ ବ୍ୟୁରୋ : ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ । ଏନେଇ ପୂର୍ବରୁ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ । ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡ଼ିଆରେ ସିଧାସଳଖ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଚର୍ଚ୍ଚା କରିବେ ।

ତେବେ ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି- ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଅଭିଭାବକଙ୍କ ଚିନ୍ତା ଦୂର ହେଲା ଭଳି ନିଷ୍ପତି ନିଆଯିବ । ତେଣୁ ଏନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ବିଚଳିତ ନହେବାକୁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବା ସପକ୍ଷରେ ପୂର୍ବରୁ ସୂଚନା ଦିଆଯାଇଥିଲା ।