UAPA ବିଲ ରାଜ୍ୟସଭାରେ ପାସ  : ସପକ୍ଷରେ ୧୪୭ ଓ ବିପକ୍ଷରେ ପଡିଲା ୪୨ ଭୋଟ

201

କନକ ବ୍ୟୁରୋ : ରାଜ୍ୟସଭାରେ ପାସ ହେଲା ୟୁଏପିଏ ବିଲ । ବିଲ ପାରିତ ପାଇଁ ଆଜି ରାଜ୍ୟସଭାରେ ଭୋଟିଂ ହୋଇଥିଲା । ତେବେ ଭୋଟିଂ ସପକ୍ଷରେ  ୧୪୭ ଓ ବିପକ୍ଷରେ  ୪୨ ଭୋଟ ପଡିଥିଲା । ବିଲକୁ ସିଲେକ୍ଟ କମିଟି ପାଖକୁ ପଠାଇବା ପ୍ରସ୍ତାବ ପୂର୍ବରୁ ଖାରଜ ହୋଇଥିଲା । ପୂର୍ବରୁ ଲୋକସଭାରେ ଏହି ବିଲ ପାସ ହୋଇଥିଲା । ଏହି ବିଲ ଅନୁଯାୟୀ ସଙ୍ଗଠନ ବ୍ୟତିତ କୌଣସି ବ୍ୟକ୍ତି୍ଙ୍କୁ ଆତଙ୍କୀ ଘୋଷିତ କରାଯିବାର ବ୍ୟବସ୍ଥା ରହିଛି । ଗୃହରେ ଅମିତ ଶାହା ଏହି ବିଲ ପ୍ରସଙ୍ଗରେ ମତ ରଖିଥିଲେ ।

ସେ କହିଥିଲେ ଯେ ଏହାଦ୍ୱାରା ରାଜ୍ୟର ଡିଜିଙ୍କ ଅଧିକାର ଛଡାଇ ନିଆଯାଉନାହିଁ  ।  ବରଂ ଏନଆଇଏ ଯାଂଚ ଆରମ୍ଭ କଲେ ରାଜ୍ୟ ପୁଲିସ ଅଧିକାରୀଙ୍କୁ ସୂଚନା ଦିଆଯିବ । ୟୁଏପିଏ ବିଲ ଆଇନରେ ପରିଣତ ହେଲେ ପ୍ରଥମେ ଆତଙ୍କବାଦୀ ଘୋଷିତ ହେବେ ହାଫିଜ ସୟିଦ ଓ ମାସୁଦ ଅଜହର । ଭାରତର ଆତଙ୍କବାଦ ବିରୋଧୀ ଆଇନରେ ପ୍ରସ୍ତାବିତ ସଂଶୋଧନ ଲାଗୁ ହେବା ପରେ ସର୍ବପ୍ରଥମେ ଏହି ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ ଗତିବିଧି ସଂଶୋଧନ ବିଧେୟକ ୨୦୧୯ ରାଜ୍ୟସଭାରେ ପାରିତ ହୋଇଛି ।