ପାଣି ଟାଙ୍କିରେ କାମ କଲାବେଳେ ଚାଲିଗଲା ଜୀବନ : ମଂଚେଶ୍ୱର ପାଣ୍ଡରା ଅଂଚଳରେ ଅଘଟଣ,ଟାଙ୍କିରୁ ଫଲ୍ସ ଖସି ୩ ଶ୍ରମିକଙ୍କ ମୃତ୍ୟୁ

283

କନକ ବ୍ୟୁରୋ : ରାଜଧାନୀରେ ବଡ ଧରଣର ଅଘଟଣ । ଏମିତି ବି ଆସେ ମୃତ୍ୟୁ । ନିର୍ମାଣଧିନ ପାଣି ଟାଙ୍କିରେ କାମ ବେଳେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ । ଟାଙ୍କିରୁ ଫଲ୍ସ ଖସି ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ମଂଚେଶ୍ୱର ଥାନା ପାଣ୍ଡରା ଅଂଚଳରେ । କମିସନରେଟ୍ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ମଂଚେଶ୍ୱର ଥାନା ପାଣ୍ଡରା ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘର ତିଆରି କାମରେ ୩ ଜଣ ଶ୍ରମିକ ନିୟୋଜିତ ଥିଲେ । ପାଣି ଟାଙ୍କିରେ କାମ କରୁଥିବା ସମୟରେ ହଠାତ୍ ଫଲ୍ସ ଖସିପଡିଥିଲା । ଫଳରେ ୩ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସମୀର ମୁନିଆ, ବାସୁଦେବ ମଣ୍ଡଳ, ବିଘୁରାମ ମଣ୍ଡଳ । ସମସ୍ତଙ୍କ ଘର ପଶ୍ଚିମବଙ୍ଗ ମେଦିନାପୁରର ବୋଲି ଜଣାପଡିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଂଚି ତଦନ୍ତ ଜାରି ରଖିଥିବାବେଳେ ଦମକଳ ବାହିନୀ ପହଁଚି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି ।