ସୀମା ଟପିଲେ ଟ୍ରମ୍ପ । ବର୍ଷକ ମଧ୍ୟରେ ଆସିଲା ୧୪ ଶାରିରୀକ ସମ୍ପର୍କ ଅଭିଯୋଗ । ହାତ ଛାଡିବେ କି ପତ୍ନୀ ମେଲାନିଆ !

42

ପୁଣିଥରେ ଚର୍ଚ୍ଚାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ଜୀବନ । ଶାସନର ବର୍ଷକମଧ୍ୟରେ ୧୪ ଜଣ ମହିଳା ଟ୍ରମ୍ପଙ୍କ ବିରୁଦ୍ଧରେ ଯୌନଉତ୍ପୀଡ଼ନର ଆରୋପ ଲଗାଇସାରିଲେଣି । ପତ୍ନୀ ମେଲାନିଆ ଏଥିରେ ଟ୍ରମ୍ପଙ୍କ ଉପରେ ଖପ୍ପା ହୋଇ ହ୍ୱାଇଟହାଉସ ଛାଡ଼ିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ମେଲାନିଆ ହ୍ୱାଇଟହାଉସ ଫେରିଆସିଥିବା ସତ୍ୱେ ଏନେଇ ଚର୍ଚ୍ଚା ଜାରିରହିଛି । ଯାହା ପୁଣିଥରେ ବିବାଦକୁ ଟାଣିଛି ଡୋନାଲ୍ଡ ଟ୍ରମ୍ପଙ୍କୁ ।

ଆମେରିକା ରାଷ୍ଟ୍ରଦୂତ ନିକି ହାଲେଙ୍କ ସହ ଟ୍ରମ୍ପଙ୍କ ପ୍ରେମ ସମ୍ପର୍କ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ନିକି ଏହାକୁ ଖାରଜ କରିଛନ୍ତି । ସେପଟେ ଟ୍ରମ୍ପଙ୍କ ଉପରେ ଖପ୍ପା ହୋଇ ପତ୍ନୀ ମେଲାନିଆ ହ୍ୱାଇଟହାଉସ ଛାଡ଼ିବା ଓ ହୋଟେଲରେ ରହିବା ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି ।, ଟ୍ରମ୍ପ ଆମେରିକୀୟ ପର୍ଣ୍ଣ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଚର୍ଚ୍ଚା ଯୋଗୁ ମେଲାନିଆ ଖପ୍ପା ଥିଲେ ପୂର୍ବରୁ । ତେବେ ଶାସନର ବର୍ଷକ ମଧ୍ୟରେ ୧୪ ଜଣ ମହିଳା ଶାରିରୀକ ସମ୍ପର୍କର ଆରୋପ ଲଗାଇସାରିଲେଣି ।

ପର୍ଣ୍ଣ ଅଭିନେତ୍ରୀ ଷ୍ଟେଫନି କ୍ଲିଫର୍ଡ ପୂର୍ବରୁ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ଥିବାର ଅଭିଯୋଗ କରିଥିଲେ ୱାଲଷ୍ଟ୍ରିଟ ଜର୍ଣ୍ଣାଲର ସାକ୍ଷାତକାରରେ । ତେବେ ଟ୍ରମ୍ପଙ୍କ ପାଇଁ ନୂଆ ନଥିଲା ଏଭଳି ଅଭିଯୋଗ । ପୂର୍ବରୁ ବି ଜେସିକା ଲିଡ ଏକ ବିମାନରେ ଟ୍ରମ୍ପ ତାଙ୍କ ସହ ଅସଦାଚରଣ ଉଦ୍ୟମର ଆରୋପ ଆଣିଥିଲେ । ସେହିପରି ପର୍ଣ୍ଣ ଅଭିନେତ୍ରୀ ଷ୍ଟର୍ମି ଡାନିଏଲ ଅର୍ଥ ବିନିମୟରେ ତାଙ୍କ ସହ ଟ୍ରମ୍ପ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ । ରିୟଲ ଇଷ୍ଟେଟ କମ୍ପାନୀରେ ରିସେପ୍ସନିଷ୍ଟ ଭାବେ କାମ କରୁଥିବା ରେଚେଲ କ୍ରୁକ୍ସ ତାଙ୍କ ବିରୁଦ୍ଧରେ ଜୋରଜବରଦସ୍ତି କରି ଚୁମ୍ବନର ଅଭିଯୋଗ କରିଥିଲେ । ସେହିପରି ଚାକିରୀ ଦେବା ପୂର୍ବରୁ ଟ୍ରମ୍ପ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବା କହିଥିଲେ ସମର ।

ଟ୍ରମ୍ପଙ୍କ ବିରୁଦ୍ଧରେ ଶୋଷଣର ଆରୋପ ଲଗାଇଥିବା ଅଧିକାଂଶ ମହିଳା ହେଉଛନ୍ତି ମଡେଲଓ ଅଭିନେତ୍ରୀ । କ୍ରିଷ୍ଟିନ ଆଣ୍ଡରସନ, ଲିସା ବୋୟନେ, ଜେସିକା ଡ୍ରାକ, ଜିଲ ହାର୍ଥ, କେଥି ହ୍ୟାଲର, ନିନି ଲାକସୋନନ, ନତାଶା ଷ୍ଟଏନଫ ଓ କାରେନା ଭର୍ଜିନିଆଙ୍କ ପରି ଏକାଧିକ ଅଭିନେତ୍ରୀ ଟ୍ରମ୍ପଙ୍କ ବିରୁଦ୍ଧରେ ଯୌନଉତ୍ପୀଡ଼ନର ଅଭିଯୋଗ କରିସାରିଛନ୍ତି । ଏବେ ନିକି ହାଲେଙ୍କ ସହ ତାଙ୍କ ସମ୍ପର୍କର ଚର୍ଚ୍ଚା ଆମେରିକା ଗଣମାଧ୍ୟମକୁ ସରଗରମ କରିବାରେ ଲାଗିଛି । ଏଥିସହ ସବୁଠାରୁ ଶକ୍ତିିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା ।