ବିଦେଶ ଗସ୍ତ ବେଳେ ଖେଳାଳୀଙ୍କ ସହ ଯାଉଥିବା ପରିବାର ସଦସ୍ୟ ବଢାଉଛନ୍ତି ବିସିସିଆଇର ଅଡୁଆ ! କୋହଲିଙ୍କ ଅନୁରୋଧ ପରେ ମିଳିଥିଲା ଅନୁମତି ।

384

କନକ ବ୍ୟୁରୋ : ବିସିସିଆଇର ଅଡୁଆ ବଢ଼ାଉଛନ୍ତି ଟିମ୍ ଇଣ୍ଡିଆ ସହ ବିଦେଶ ଯାଉଥିବା ଖେଳାଳୀଙ୍କ ପରିବାର ସଦସ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଲମ୍ବା ବିଦେଶ ଗସ୍ତ ବେଳେ ଖେଳାଳୀଙ୍କ ପତ୍ନୀ, ପ୍ରେମିକା କିମ୍ବା ଅନ୍ୟ ପରିବାର ସଦସ୍ୟ ଦୁଇ ସପ୍ତାହ ରହିବାର ଅନୁମତି ରହିଛି, କିନ୍ତୁ ସେମାନଙ୍କୁ ସମ୍ଭାଳିବା ବିସିସିଆଇ ପାଇଁ ମୁସ୍କିଲ୍ ହୋଇ ପଡୁଛି । ଏଥିପାଇଁ ଅଷ୍ଟ୍ରେଲିଆ ଗସ୍ତବେଳେ ବିସିସିଆଇକୁ ହଇରାଣ ହେବାକୁ ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ବିସିସିଆଇ ଖେଳାଳୀ ଓ ସେମାନଙ୍କ ପରିବାର ସଦସ୍ୟ ତଥା କର୍ମଚାରୀଙ୍କୁ ନେବା ଆଣିବା ପାଇଁ ୨ଟି ବସର ବ୍ୟବସ୍ଥା କରିଥିଲା । କିନ୍ତୁ ସଦସ୍ୟଙ୍କ ସଂଖ୍ୟା ଅନାବଶ୍ୟକ ଭାବେ ବଢ଼ିବାରୁ ଅସୁବିଧା ଦେଖାଦେଇଥିଲା । ସୂଚନା ଅନୁଯାୟୀ କ୍ୟାପଟେନ୍ କୋହଲିଙ୍କ ଅନୁରୋଧ ପରେ ବିସିସିଆଇ ଖେଳାଳୀଙ୍କ ପତ୍ନୀଙ୍କୁ ଗସ୍ତର ୧ମ ୧୦ଦିନ ପର୍ଯ୍ୟନ୍ତ ସେମାନଙ୍କ ସହ ରହିବାକୁ ଅନୁମତି ଦେଇଥିଲା । ଏବେ ତାହା ହିଁ ବିସିସିଆଇର ଅଡୁଆ ବଢ଼ାଇଛି ।