୨୦୦ବର୍ଷ ପରେ ବଦଳିଲା ସମୟଚକ୍ର । ଏବେ ଇଂରେଜଙ୍କୁ ଶାସନ କରିବେ ଭାରତୀୟ ବଂଶୋଦ୍ଭବ । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ।

151

କନକ ବ୍ୟୁରୋ: ବ୍ରିଟେନରେ ଏଣିକି ରାଜ୍ କରିବେ ଭାରତୀୟ ବଂଶୋଦ୍ଭବ । ୨ ଶହ ବର୍ଷ ତଳେ ଯେଉଁ ଇଂରେଜମାନେ ଭାରତ ଉପରେ ଶାସନ କରୁଥିଲେ ଏବେ ସେମାନଙ୍କୁ ଶାସନ କରିବେ ଜଣେ ମୂଳ ଭାରତୀୟ । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସନକ । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବୋରିସ ଜନସନ ଓ ପନି ମରଡଟଂ ପ୍ରଧାନମନ୍ତ୍ରୀ ରେସରୁ ଓହରିବା ପରେ ୪୨ ବର୍ଷୀୟ ଋଷି ସୁନକଙ୍କ ନେତା ବାଚିଛି କଞ୍ଜରଭେଟିବ ପାର୍ଟି ।

୨ଶହ ବର୍ଷ ଧରି ଭାରତକୁ ଶାସନ କରିଥିଲେ ଇଂରେଜ । ଆଉ ଏବେ ସେହି ଇଂଲଣ୍ଡକୁ ଶାସନ କରିବେ ଜଣେ ମୂଳ ଭାରତୀୟ । ଋଷି ସୁନକ କଞ୍ଜରଭେଟିଭ ପାର୍ଟି ଭିତରେ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇସାରିଛନ୍ତି । କେବଳ ଔପଚାରିକ ଦାୟିତ୍ୱ ଗ୍ରହଣକୁ ଅପେକ୍ଷା । ଜଣେ ହିନ୍ଦୁ, ଜଣେ ଭାରତୀୟ ବଂଶୋଦ୍ଭବ ଆଉ ବୟସ ମାତ୍ର ୪୨ବର୍ଷ । ତଥାପି ଋଷି ସୁନକଙ୍କୁ ନେଇ ବ୍ରିଟେନ ଅନେକ ସ୍ୱପ୍ନ ଦେଖୁଛି । ଅର୍ଥମନ୍ତ୍ରୀ ଭାବରେ ଥେରେସା ମେ ଓ ବୋରିଶ ଜନସନ ସରକାରରେ ତାଙ୍କର କାର୍ଯ୍ୟାକାଳ, କରୋନା ସମୟରେ ଦେଶର ଅର୍ଥନୀତିକୁ ଦିଗ ଦେବା ନେଇ ଅନେକ ପ୍ରଶଂସା ସାଉଁଟିଛନ୍ତି ଋଷି ।

ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତିଙ୍କ ଜ୍ୱାଇଁ ହେଉଛନ୍ତି ଋଷି ସୁନକ । ୭ ହଜାର ୩ଶହ କୋଟିରୁ ଅଧିକ ସମ୍ପତିର ମାଲିକ ଋଷି ବ୍ରିଟେନର ସବୁଠୁ ଧନୀ ସାଂସଦ । ଏତେ ଧନୀ ବ୍ୟକ୍ତି ଗରିବଙ୍କ ଦୁଖ ବୁଝିବା ସମ୍ଭବ କି ବୋଲି ବ୍ରିଟେନରେ ଚର୍ଚ୍ଚା ହେଉଛି । ହେଲେ ଋଷି ସନକଙ୍କ ସପକ୍ଷରେ ଯାହା ଅଛି ତାହା ହେଉଛି ତାଙ୍କ ବାପା ଓ ଜେଜେବାପା ଖୁବ ସଂଘର୍ଷ କରି ପରିବାରକୁ ଏହି ସ୍ଥିତିରେ ପହଁଚାଇପାରିଛନ୍ତି । ଆଉ ସୁନକଙ୍କ ଆଗରେ ବର୍ତମାନର ସବୁଠୁ ବଡ ଆହ୍ୱାନ ହେଉଛି ଭୁଷୁଡି ପଡିଥିବା ବ୍ରିଟେନର ଅର୍ଥନୀତିକୁ ସଜାଡିବା । କାରଣ ବ୍ରିଟେରେ ମୁଦ୍ରାସ୍ପୀତି ସର୍ବକାଳୀନ ସର୍ବୋଚ ସ୍ତରରେ ପହଁଚିଛି । ଋଷିଙ୍କ କାର୍ଯକାଳରେ ଭାରତ ସହ ବ୍ରିଟେନର ସର୍ମ୍ପକ ଅଧିକ ଦୃଢ ହେବ ବୋଲି ଆଶା ରହିଛି ।

ସୁନକଙ୍କ ଜନ୍ମ ୧୯୮୦ ମସିହା ମେ୧୨’ ତାରିଖରେ ଇଂଲଣ୍ଡର ସାଉଥହମ୍ପଟନରେ ହୋଇଥିଲା । ଋଷି ସୁନକଙ୍କ ବାପା, ମାଆ ଭାରତୀୟ ବଂଶୋଦ୍ଭବସୁନକଙ୍କ ଜେଜେ ପଂଜାବରୁ ତାଞ୍ଜାନିଆ ଚାଲିଯାଇଥିଲେ ପରେ ତାଞ୍ଜାନିଆରୁ ବ୍ରିଟେନ ଯାଇଥିଲା ତାଙ୍କ ପରିବାର । ସୁନକ ବ୍ରିଟେନର ଓ୍ୱିଂଞ୍ଚେଷ୍ଟର କଲେଜରୁ ପଲିଟିକାଲ ସାଇନ୍ସରେ ହାସଲ କରିଛନ୍ତି ଡିଗ୍ରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଲିଙ୍କନ କଲେଜରେ ଫିଲୋସଫି ଓ ଇକୋନୋମିକ୍ସରେ ଅଧ୍ୟୟନଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ କରିଛନ୍ତି ଏମବିଏ । ନିଜକୁ ହିନ୍ଦୁ ବୋଲି ଖୋଲାଖୋଲି ସର୍ବସାଧାରଣରେ କୁହନ୍ତି ଋଷି ସୁନକ

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁଠୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଋଷିଙ୍କୁ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଟୁଇଟ କରି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜ୍ୱାଇଁକୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତା ଉପରେ ସମସ୍ତ ଭାରତୀୟଙ୍କୁ ବେଶ ଗର୍ବ ଅନୁଭବ ହେଉଛି ଓ ଆଗକୁ ସଫଳତାର ଶୀର୍ଷ ପହଁଚନ୍ତୁ ବୋଲି ମୂର୍ତି ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।